କେରଳମ୍ରେ ସତୀଶନ୍ ସରକାର:ତିରୁଅନନ୍ତପୁରମ୍ରେ ଶପଥ ସମାରୋହ, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ
ସତୀସନଙ୍କ ସହ ମୋଟ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି
ବ୍ୟୁରୋ: କେରଳମ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ଆଜିଠୁ କେରଳମ୍ରେ ସତୀଶନ ସରକାର ଆରମ୍ଭ ହୋଇଛି।ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ତିରୁଅନନ୍ତପୁରମ୍ରେ ଶପଥ ସମାରୋହ ଆୟୋଜିତ ହେଇଥିଲା। ଏଥିରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେନି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ।
କେରଳରେ ନୂତନ ସରକାର ଗଠିତ ହୋଇଛି ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) କ୍ଷମତାକୁ ଆସିଛି। ସତୀସନଙ୍କ ସହ ମୋଟ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବ ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ।