ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ୪ ଜଣ ଯୁବକଙ୍କୁ ଅଟକ ରଖିଲା ଚନ୍ଦ୍ରଶେଖପୁର ଥାନା ପୋଲିସ୍
ଗତ ଶନିବାର ରାତିରେ ଅଭିନେତ୍ରୀ ସୋମାଲିନ୍ ପରିଡ଼ା ତାଙ୍କ ବନ୍ଧୁମାନଙ୍କ ସହ ଉକ୍ତ ବାର୍କୁ ଯାଇଥିଲେ। ଡ୍ୟାନ୍ସ ଫ୍ଲୋରରେ ଜଣେ ବ୍ୟକ୍ତିଙ୍କୁ 'ଅଙ୍କଲ' ଡାକିବାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କିଛି ଯୁବକ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା ଓ ଦୁର୍ବ୍ୟବହାର କରିଥିଲେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ୍ ବଡ ଆକ୍ସନ ନେଇଛି।ଅଭିନେତ୍ରୀଙ୍କ ଲିଖିତ ଅଭିଯୋଗ ପରେପୋଲିସ ମାମଲା (BNS ଧାରା 74, 75 ଏବଂ 3(5) ଅଧୀନରେ) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାର୍ର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ (କୈଳାସ ସିଂହ, ମନୋଜ ଜେନା, ସାଗର ପଟ୍ଟନାୟକ ଏବଂ ଦେବାଶିଷ ସାହୁ) ପୋଲିସ ଅଟକ/ଗିରଫ କରି ପଚରାଉଚରା କରୁଛି।
ଗତ ଶନିବାର ରାତିରେ ଅଭିନେତ୍ରୀ ସୋମାଲିନ୍ ପରିଡ଼ା ତାଙ୍କ ବନ୍ଧୁମାନଙ୍କ ସହ ଉକ୍ତ ବାର୍କୁ ଯାଇଥିଲେ। ଡ୍ୟାନ୍ସ ଫ୍ଲୋରରେ ଜଣେ ବ୍ୟକ୍ତିଙ୍କୁ ‘ଅଙ୍କଲ’ ଡାକିବାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କିଛି ଯୁବକ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା ଓ ଦୁର୍ବ୍ୟବହାର କରିଥିଲେ ।ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ ଘଟଣା ସମୟରେ ବାର୍ର ବାଉନ୍ସର ଏବଂ ମ୍ୟାନେଜମେଣ୍ଟ କୌଣସି ହସ୍ତକ୍ଷେପ ନକରି ନୀରବଦ୍ରଷ୍ଟା ସାଜିଥିଲେ। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ମହିଳାଙ୍କ ସୁରକ୍ଷାରେ ବିଫଳ ହେଉଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।