କଙ୍ଗୋରେ ଭୟଙ୍କର ହେଉଛି ଇବୋଲା ଭାଇରସ: ଶହେ ମୁହାଁ ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲା କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଏପର୍ଯ୍ୟନ୍ତ ଏହି ଭାଇରସର ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ସରକାର କହିଛନ୍ତି, ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ରକୁ ସକ୍ରିୟ କରାଯାଇଛି
ବ୍ୟୁରୋ:ଆଫ୍ରିକାର କଙ୍ଗୋରେ ଇବୋଲା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ସଂକ୍ରମଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଂକ୍ରମିତଙ୍କ ନମୁନା ପରୀକ୍ଷା ପରେ ଇବୋଲା ଭାଇରସ ଚିହ୍ନଟ । ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ, ବାନ୍ତି, ଲାଳ ସଂସ୍ପର୍ଶରେ ଆସିଲେ ବ୍ୟାପୁଛି ଭାଇରସ । ସାମ୍ନାକୁ ଆସିଲା ୨୪୬ ଜଣ ସନ୍ଦିଗ୍ଧ ମାମଲା। ଯାହାକୁ ନେଇ ଜନସ୍ୱାସ୍ଥ୍ୟ ଜରୁରିକାଳୀନ ଅପରେସନ୍ କେନ୍ଦ୍ରକୁ ଆଲର୍ଟ କରିଛି । କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ। କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଏହି ଭାଇରସର ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ସରକାର କହିଛନ୍ତି, ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ରକୁ ସକ୍ରିୟ କରାଯାଇଛି। ମହାମାରୀ ଏବଂ ପରୀକ୍ଷାଗାର ନିରୀକ୍ଷଣକୁ ସୁଦୃଢ଼ କରାଯିବା ସହିତ ପ୍ରତିକ୍ରିୟା ଦଳଗୁଡ଼ିକୁ ଶୀଘ୍ର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେମିତି ଆଗକୁ ଏହି ଭାଇରସ ନ ବ୍ୟାପିବ ତାରି ଉପରେ ଧ୍ୟାନ ଦିଆଯାଇଛି।