ସିଇଓଙ୍କୁ ହିରୋ ଭଳି ସ୍ୱାଗତ, ‘ୱି ଲଭ୍ ୟୁ’ ନାରାରେ କମ୍ପିଲା ଅଫିସ୍
କର୍ମଚାରୀଙ୍କ ଭଲପାଇବା ଓ ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଜେନସେନ୍। ସେ କହିଥିଲେ, "ମୋତେ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଦ୍ୱିତୀୟ ଥର ପାଇଁ ମୁଁ ଆହୁରି ଭଲ ସିଇଓ ହେବାକୁ ଚେଷ୍ଟା କରିବି
ବ୍ୟୁରୋ: NVIDIA ସିଇଓ ପଦକୁ ଫେରିବା ପରେ ଜେନସେନ୍ ହୁଆଙ୍ଗଙ୍କୁ ମିଳିଛି ଜୋରଦାର ସ୍ୱାଗତ। କମ୍ପାନୀର ମୁଖ୍ୟାଳୟରେ ପହଞ୍ଚିବା ପରେ କର୍ମଚାରୀମାନେ ତାଳି ଓ ନାରା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି। କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାସ୍ଥିତ NVIDIA ମୁଖ୍ୟାଳୟରେ ଏଭଳି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେଉଛି।
କର୍ମଚାରୀଙ୍କ ଭଲପାଇବା ଓ ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଜେନସେନ୍। ସେ କହିଥିଲେ, “ମୋତେ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଦ୍ୱିତୀୟ ଥର ପାଇଁ ମୁଁ ଆହୁରି ଭଲ ସିଇଓ ହେବାକୁ ଚେଷ୍ଟା କରିବି।” ଏହା କହିବା ସମୟରେ ସେ ନିଜ ଛାତି ଉପରେ ହାତ ରଖିଥିଲେ। ଏହାପରେ କର୍ମଚାରୀମାନେ ‘ୱି ଲଭ୍ ୟୁ ଜେନସେନ୍’ ଏବଂ ‘ଜେନସେନ୍… ଜେନସେନ୍…’ ନାରା ଦେଇଥିଲେ। ଜଣେ କର୍ମଚାରୀ ଆଗକୁ ଆସି ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ।