thelifelinemedia
Latest Odisha News, Breaking News Today

ଦୁଇ ଦିନିଆ ଓଡିଶା ଗସ୍ତରେ ନୀତିନ ନବୀନ: ରାଜ୍ୟ ବିଜେପି ଶିବିରରେ ଉତ୍ସାହ, ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ଦେବେ ଗୁରୁମନ୍ତ୍ର

ଶ୍ରୀମନ୍ଦିରରେ ପୂଜା କରିବା ପରେ, ସେ ପୁରୀର ଲୋକସଭା ସାଂସଦ ତଥା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ତାଳବଣିଆ ମଧୁସୂଦନ ନଗର ସ୍ଥିତ ବାସଭବନକୁ ଯିବେ । ସମ୍ବିତ ପାତ୍ରଙ୍କ ବାସଭବନରେ, ନୀତିନ ନବୀନ ମହାପ୍ରଭୁଙ୍କ ପବିତ୍ର 'ମହାପ୍ରସାଦ' ସେବନ କରିବେ

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ନୀତିନ ନବୀନ। ଆଜି ସକାଳେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋର କମିଟି ବୈଠକ କରିଛନ୍ତି । କୋର କମିଟିରେ ଦଳର ପ୍ରମୁଖ ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି । ଏହି ବୈଠକର ମାତ୍ର ଦୁଇ ଘଣ୍ଟା ପରେ, 10:30ରେ ଆଇଆଇଟି ଜଟଣୀ ନିକଟସ୍ଥ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬ ତାଲିମ ଶିବିରକୁ ମଧ୍ୟ ଉଦଘାଟନ କରିବେ ।ବୈଠକ ଏବଂ କାର୍ଯ୍ୟକ୍ରମ ପରେ, ନୀତିନ ନବୀନ ଅପରାହ୍ନ 1.15ରେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀକୁ ଯାତ୍ରା କରିବେ । ଶ୍ରୀମନ୍ଦିରରେ ପୂଜା କରିବା ପରେ, ସେ ପୁରୀର ଲୋକସଭା ସାଂସଦ ତଥା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ତାଳବଣିଆ ମଧୁସୂଦନ ନଗର ସ୍ଥିତ ବାସଭବନକୁ ଯିବେ । ସମ୍ବିତ ପାତ୍ରଙ୍କ ବାସଭବନରେ, ନୀତିନ ନବୀନ ମହାପ୍ରଭୁଙ୍କ ପବିତ୍ର ‘ମହାପ୍ରସାଦ’ ସେବନ କରିବେ ।

ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନୀତିନ ନବୀନଙ୍କ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି।

Leave A Reply

Your email address will not be published.