thelifelinemedia
Latest Odisha News, Breaking News Today

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇଆଲର୍ଟ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରିବା ପାଇଁ ଭୁବନେଶ୍ୱରରେ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୨୦ ଜଣ ଅଧିକାରୀ ମୁତୟନ ହେବେ।

ସେହିପରି କଟକ ବାଲିଯାତ୍ରା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ସହ ୪୦୦ରୁ ଅଧିକ ପୁଲିସ ଅଧିକାରୀ ନିୟୋଜିତ ହେବେ। ଏଥିପାଇଁ ଆଜିଠାରୁ କାରକେଡ୍ ରିହର୍ସାଲ୍ ଆରମ୍ଭ ହୋଇଛି । ବିମାନବନ୍ଦରରୁ ଲୋକଭବନ ଏବଂ ଲୋକଭବନରୁ କଟକ ପର୍ଯ୍ୟନ୍ତ କାରକେଡ୍ ଯାତାୟାତର ଅଭ୍ୟାସ କରାଯାଉଛି।

ଏହା ପୂର୍ବରୁ ଆଣ୍ଟି ସାବୋଟାଜ୍ ଟିମ୍, ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଶ୍ରବଣ ବିବେକ।

Leave A Reply

Your email address will not be published.