thelifelinemedia
Latest Odisha News, Breaking News Today

ହିଲଟନ ଗୁଳି ମାଡ଼ ନେଇ ଟ୍ରମ୍ପଙ୍କ ପ୍ରେସ୍ ମିଟ୍: ସୁରକ୍ଷା କର୍ମୀ ମୋତେ ବଞ୍ଚାଇଦେଲେ କହିଲେ ଟ୍ରମ୍ପ, ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ 

ଟ୍ରମ୍ପଙ୍କ ଡିନର୍ ପାର୍ଟିରେ ଅଚାନକ ଗୁଳିଚାଳନା ହୋଇଥିଲା। ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିଲେ

ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇଗଲେ। ୱାଶିଂଟନର ହିଲଟନରେ ଘଟିଥିବା ଗୁଳି ମାଡ଼ ନେଇ ଟ୍ରମ୍ପ ପ୍ରେସ୍ ମିଟ୍‌ରେ କହିଛନ୍ତି, ସୁରକ୍ଷା କର୍ମୀ ମୋତେ ବଞ୍ଚାଇଦେଲେ। ସୁରକ୍ଷା କର୍ମୀ ଯୋଗୁଁ ସେ ନୂଆ ଜୀବନ ପାଇଛନ୍ତି।ସମସ୍ତ କ୍ୟାବିନେଟ୍ ସଦସ୍ୟ ସୁରକ୍ଷିତ ଅଛନ୍ତି। ଜଣେ ସନ୍ଦିଗ୍ଧ ଅଟକ ରହିଛି। ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ, ଟ୍ରମ୍ପଙ୍କ ଡିନର୍ ପାର୍ଟିରେ ଅଚାନକ ଗୁଳିଚାଳନା ହୋଇଥିଲା। ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିଲେ। ରାତ୍ରୀଭୋଜନରେ ଟ୍ରମ୍ପ ଯୋଗ ଦେଇଥିବା ବେଳେ ଫାୟାରିଂ ହୋଇଥିଲା। ସୁରକ୍ଷା କର୍ମୀ ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ଏହି ଘଟଣାକୁ ବିଶ୍ୱସ୍ତରୀୟ ନେତା ନିଦା କରିଛନ୍ତି ଗଣତନ୍ତ୍ରରେ। ହିଂସାର ସ୍ଥାନ ନାହିଁ ବୋଲି ମୋଦି କହିଛନ୍ତି। ୱାଶିଂଟନ ଡିସି ହୋଟେଲ ଗୁଳିକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଆଶ୍ୱସ୍ତ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କ ଶୁଭକାମନା କଲେ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ସ୍ପଷ୍ଟ ଭାବେ ନିନ୍ଦା କରିବା ଉଚିତ୍ ବୋଲି ମୋଦି କହିଛନ୍ତି।

Leave A Reply

Your email address will not be published.