thelifelinemedia
Latest Odisha News, Breaking News Today

ପାରାଗୁଏର ବିଦାୟୀ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ଗୃହବନ୍ଦୀ:ମହାଭିଯୋଗ ପ୍ରସ୍ତାବ ପରେ ପେନାଙ୍କୁ ହଟାଇଲା ସିନେଟ୍

ଅଧିକାରୀମାନେ କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ତାଙ୍କ ବିରୋଧରେ ଅଭିଯୋଗ ଚୂଡ଼ାନ୍ତ ନକରିଛନ୍ତି ସେପର୍ଯ୍ୟନ୍ତ ପେନାଙ୍କୁ ନଜରବନ୍ଦୀ ରଖାଯିବ। ପ୍ରଦର୍ଶନକାରୀ ଆସିନସିଅନରେ ପେନାଙ୍କ ବାସଭବନ ବାହାରେ ପ୍ରତିବାଦ କରିଥିଲେ। ପୁଲିସ ତାଙ୍କ ଘର ଚାରିପାଖରେ ସୁରକ୍ଷା ଘେରାବନ୍ଦୀ ବଜାୟ ରଖିଛି

ବ୍ୟୁରୋ: ପୂର୍ବତନ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ନଜରବନ୍ଦୀ କରାଯାଇଛି । ମହାଭିଯୋଗ ପ୍ରକ୍ରିୟା ପରେ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସାଂସଦମାନେ ତାଙ୍କୁ ମହାଭିଯୋଗ କରି ପଦରୁ ବହିଷ୍କାର କରିବାର କିଛି ସମୟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍ ବ୍ୟାଙ୍କ ଉଏନୋ ଦେବାଳିଆ ହେବା ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ଏପରି ସ୍ଥିତି ଉପୁଜିଛି ।

ଅଧିକାରୀମାନେ କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ତାଙ୍କ ବିରୋଧରେ ଅଭିଯୋଗ ଚୂଡ଼ାନ୍ତ ନକରିଛନ୍ତି ସେପର୍ଯ୍ୟନ୍ତ ପେନାଙ୍କୁ ନଜରବନ୍ଦୀ ରଖାଯିବ। ପ୍ରଦର୍ଶନକାରୀ ଆସିନସିଅନରେ ପେନାଙ୍କ ବାସଭବନ ବାହାରେ ପ୍ରତିବାଦ କରିଥିଲେ। ପୁଲିସ ତାଙ୍କ ଘର ଚାରିପାଖରେ ସୁରକ୍ଷା ଘେରାବନ୍ଦୀ ବଜାୟ ରଖିଛି ।

ପାରାଗୁଏରେ ୟୁନୋ ବ୍ୟାଙ୍କ ଏକ ବଡ଼ ଡିଜିଟାଲ୍ ବ୍ୟାଙ୍କ ଥିଲା, ଯାହାର ପ୍ରାୟ ୨୯ ଲକ୍ଷ ଗ୍ରାହକ ଥିଲେ। ଦେଶର ଜନସଂଖ୍ୟା ପ୍ରାୟ ୬୧ ଲକ୍ଷ। ଅର୍ଥାତ୍ ପ୍ରାୟ ଅଧା ଜନସଂଖ୍ୟା ଏହା ସହିତ ଜଡ଼ିତ ଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ଏହାର ସଲଭେନ୍ସି ବା ଆର୍ଥିକ କ୍ଷମତା ଦୁର୍ବଳ ରହିଥିବା ଜାଣିବା ପରେ ବ୍ୟାଙ୍କର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା। ନିୟାମକ ବ୍ୟାଙ୍କକୁ ନିଜ ଅକ୍ତିଆରକୁ ନେଇଥିଲେ। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା।

Leave A Reply

Your email address will not be published.