thelifelinemedia
Latest Odisha News, Breaking News Today

କାଲିଠୁ ସ୍କୁଲ ଛୁଟି, ଏଣିକି ଅନଲାଇନରେ ହେବ ପାଠପଢ଼ା

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସାଇନମେଣ୍ଟ ସହିତ ସଂଯୁକ୍ତ ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲର ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କ ସହିତ ସେୟାର କରାଯିବ

ଭୁବନେଶ୍ୱର:ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ଆସନ୍ତା କାଲିଠାରୁ ସାରା ରାଜ୍ୟରେ ସ୍କୁଲ ଛୁଟି।ଏଣିକି ଅନଲାଇନରେ ହେବ ପାଠପଢ଼ା।ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସାଇନମେଣ୍ଟ ସହିତ ସଂଯୁକ୍ତ ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲର ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କ ସହିତ ସେୟାର କରାଯିବ। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ହେବ ।ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.