ଦୀପାବଳୀ ପାଲିବେନି ନବୀନ: ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଉତ୍ସବ ପାଳିବେନି ନବୀନ
ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଦୁଃଖରେ ସାମିଲ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।ଶ୍ରୀ ପଟ୍ଟନାୟକ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଦେଖି ଦୀପାବଳୀ ଉତ୍ସବରୁ ଦୂରେଇ ରହିବାକୁ ସ୍ଥିର କରିଛନ୍ତି
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୀପାବଳୀ ଉତ୍ସବ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ବାତ୍ୟା ଓ ବନ୍ୟା ଯୋଗୁଁ ବିଶେଷ କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଦୁଃଖରେ ସାମିଲ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।ଶ୍ରୀ ପଟ୍ଟନାୟକ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଦେଖି ଦୀପାବଳୀ ଉତ୍ସବରୁ ଦୂରେଇ ରହିବାକୁ ସ୍ଥିର କରିଛନ୍ତି।
ଅନ୍ୟପଟେ ରାଜ୍ୟର ବିପର୍ଯ୍ୟୟ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳୀ ଉତ୍ସବ ପାଳନ ନ କରିବାକୁ ଘୋଷଣା କରିଛନ୍ତି।ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଦୁଃଖରେ ସାମିଲ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।ଶ୍ରୀ ପଟ୍ଟନାୟକ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଦେଖି ଦୀପାବଳୀ ଉତ୍ସବରୁ ଦୂରେଇ ରହିବାକୁ ସ୍ଥିର କରିଛନ୍ତି।