thelifelinemedia
Latest Odisha News, Breaking News Today

ଦେଶବାସୀଙ୍କୁ ଦୀପାବଳୀରେ ଶୁଭେଚ୍ଛା ଜଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ:ଦେଶର ମୋର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଦେଶର ମୋର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ। ଏହି ପର୍ବ ଅନ୍ଧକାର ବିରୋଧରେ ଆମର ସଙ୍କଳ୍ପର ପରିଚୟ ଦିଏ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ।ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ଏବଂ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଦେଶର ମୋର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ। ଏହି ପର୍ବ ଅନ୍ଧକାର ବିରୋଧରେ ଆମର ସଙ୍କଳ୍ପର ପରିଚୟ ଦିଏ । ଏହା ସମାଜରେ ସକାରାତ୍ମକତା ଓ ସଦଭାବନା ବୃଦ୍ଧି କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କର ପାରମ୍ପରିକ ରୀତିକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦେଶର ସୁରକ୍ଷା ବାହିନୀ ବା ବୀର ଜବାନମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ଛତିଶଗଡ଼ର ବସ୍ତର ଗସ୍ତ କରିଛନ୍ତି । ସେ ଜବାନମାନଙ୍କ ତ୍ୟାଗ ଓ ଦେଶ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ।ଦୀପାବଳିର ଏହି ପବିତ୍ର ଅବସରରେ ଏକ ସମୃଦ୍ଧ ଓ ‘ବିକଶିତ ଭାରତ’ ଗଠନ ଦିଗରେ ନୂତନ ଶକ୍ତି ଏବଂ ଦୃଢ଼ ସଙ୍କଳ୍ପ ସହ ଆଗକୁ ବଢ଼ିବା ପାଇଁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.