ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍:ଦେଶବାସୀଙ୍କୁ ମନର କଥା ଶୁଣାଇଲେ ମୋଦି,ସୈାରଶକ୍ତିରେ ଭାରତର ବଡ଼ ଉପଲବ୍ଧି ହାସଲ
ପବନ ଶକ୍ତିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଦେଶରେ ଏବେ ଜନଗଣନା ଜାରି ରହିଛି।ଜନଗଣନାରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୩ ତମ ମନ୍ କି ବାତରେ ଦେଶବାସୀଙ୍କୁ ମନର କଥା ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି, ସୈାରଶକ୍ତିରେ ଭାରତ ବଡ଼ ଉପଲବ୍ଧି ହାସଲ କରିଛି।ଭାରତ ସବୁବେଳେ ବିଜ୍ଞାନକୁ ପ୍ରଗତି ସହ ଯୋଡି ଆଗେଇଛି। ବୁଦ୍ଧ ପୂର୍ଣ୍ଣିମାର ଆଗୁଆ ଶୁଭେଚ୍ଛା ଜଣାଇଲେ ମୋଦି। ଦେଶ ପ୍ରତି ବୈଜ୍ଞାନିକ ମାନଙ୍କ ଯୋଗଦାନ ରହିଛି। ଭାରତ ପାଇଁ ସୌର ଓ ପବନ ଶକ୍ତିର ଆବଶ୍ୟକତା ରହିଛି ।
ସେହିପରି ପବନ ଶକ୍ତିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଦେଶରେ ଏବେ ଜନଗଣନା ଜାରି ରହିଛି।ଜନଗଣନାରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ସ୍ଥିତି ଉପରେ ଚିନ୍ତା ବ୍ୟକ୍ତ କରି ଏକାଠି ମୁକାବିଲା କରିବାକୁ କହିଛନ୍ତି । ଯୁଦ୍ଧ ଭଳି ସ୍ଥିତିରେ ଗୁଜବକୁ ବିଶ୍ୱାସ ନକରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।