ଛତିଶଗଡ଼ ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି
୨୦୧୪ ପରେ ଅବସ୍ଥା ବଦଳିଲା, ତଥ୍ୟ ବି ବଦଳିଲା। ଦେଶକୁ ଆଗକୁ ନେବାକୁ ହେଲେ ଶତ୍ରୁକୁ ପରାସ୍ତ କରିବା ଆବଶ୍ୟକ। ନକ୍ସଲ ଠାରୁ ଅଧିକ ସଂଖ୍ୟାରେ ଯବାନଙ୍କ ଜୀବନ ଯାଉଥିଲା ବୋଲି ମୋଦି କହିଛନ୍ତି
ରାୟପୁର:ଛତିଶଗଡ଼ ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ। ବସ୍ତରରେ ନକ୍ସଲଙ୍କ ଆତଙ୍କ ଶେଷ, ବିକାଶ ଆରମ୍ଭ କହିଲେ ମୋଦି। ଏଥରର ଦୀପାବଳି ସ୍ବତନ୍ତ୍ର, ଦେଶର ସବୁ ଜିଲ୍ଲା ନକ୍ସଲମୁକ୍ତ। ନକ୍ସଲର ଭୟକୁ ଆମେ ପରାସ୍ତ କରିଛୁ, ଏହାର ଶ୍ରେୟ ଯବାନଙ୍କୁ ଯାଉଛି ବୋଲି ମୋଦି କହିଛନ୍ତି। ତେଣୁ ଦୀପାବଳି ପାଳିବାକୁ ମୁଁ ଆପଣଙ୍କ ପାଖକୁ ଆସିଛି। ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଆପଣଙ୍କ ତ୍ୟାଗ, ସେବାକୁ କୃତଜ୍ଞତା ଜଣାଉଛି।ଯଦି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଜବୁତ୍, ବାହାର ଶତ୍ରୁ କିଛି କରିପାରିବେନି।
ଦେଶର ଏକତା, ଅଖଣ୍ଡତା ପାଇଁ ଆପଣଙ୍କ ତ୍ୟାଗ, ବଳିଦାନ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ମୋଦି ଆହୁରି କହିଛନ୍ତି, କୋଟି କୋଟି ଦେଶବାସୀ ଆପଣଙ୍କୁ ନେଇ ଗର୍ବ ଅନୁଭବ କରନ୍ତି. ମାଓବାଦୀ ବିରୋଧରେ ଏହି ଲଢ଼େଇ ସହଜ ନ ଥିଲା୨୦ ।ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା।ସଂଧ୍ୟା ହେବା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଥିଲା।ଭୋଟ୍ ଦେବା ଅଧିକାର ବି ଲୋକଙ୍କ ଠାରୁ ଏମାନେ ଛଡ଼ାଇ ନେଇଥିଲେ। ବର୍ଷକରେ ୨ ହଜାର ନକ୍ସଲ ହମ୍ଲା ଘଟୁଥିଲା। ଏହି ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା। କିନ୍ତୁ ମହଲରେ ରହୁଥିବା ଲୋକଙ୍କ ଆଖିରୁ ଲୁହ ଝରି ନଥିଲା। ଦୁର୍ଭାଗ୍ୟର ବିଷୟ ସେତେବେଳର ସରକାର କିଛି କରି ନଥିଲେ। ଆଦିବାସୀଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିଲେ ପୂର୍ବ ସରକାର।
୨୦୧୪ ପରେ ଅବସ୍ଥା ବଦଳିଲା, ତଥ୍ୟ ବି ବଦଳିଲା। ଦେଶକୁ ଆଗକୁ ନେବାକୁ ହେଲେ ଶତ୍ରୁକୁ ପରାସ୍ତ କରିବା ଆବଶ୍ୟକ। ନକ୍ସଲ ଠାରୁ ଅଧିକ ସଂଖ୍ୟାରେ ଯବାନଙ୍କ ଜୀବନ ଯାଉଥିଲା ବୋଲି ମୋଦି କହିଛନ୍ତି।