ରେକର୍ଡ ମତଦାନ: ECIଙ୍କ ପ୍ରଶଂସା: SIRକୁ ନେଇ ଦୁଇ ରାଜ୍ୟରେ ବିରୋଧାଭାଷ ସତ୍ତ୍ବେ ସର୍ବାଧିକ ମତଦାନ
ତାମିଲନାଡୁ ୮୪.୬୯% ଓ ପଶ୍ଚିମବଙ୍ଗରେ ୯୧.୭୮% ଭୋଟିଂ। SIRକୁ ନେଇ ଦୁଇ ରାଜ୍ୟରେ ବିରୋଧାଭାଷ ସତ୍ତ୍ବେ ସର୍ବାଧିକ ମତଦାନ।ତାମିଲନାଡୁ (୨୩୪ ଆସନ) ଏବଂ ପଶ୍ଚିମବଙ୍ଗ (୧୫୨ ଆସନ, ପ୍ରଥମ ପର୍ଯ୍ୟାୟ) ବିଧାନସଭା ପାଇଁ ୨୩ ଏପ୍ରିଲ ୨୦୨୬ରେ ଭୋଟ ଗ୍ରହଣ ହୋଇଛି
ବ୍ୟୁରୋ: ତାମିଲନାଡୁ ଓ ପଶ୍ଚିମବଙ୍ଗରେ ରେକର୍ଡ ଭୋଟିଂ ପାଇଁ ECIଙ୍କ ପ୍ରଶଂସା। ସ୍ବାଧୀନତା ପରେ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ। ତାମିଲନାଡୁ ୮୪.୬୯% ଓ ପଶ୍ଚିମବଙ୍ଗରେ ୯୧.୭୮% ଭୋଟିଂ। SIRକୁ ନେଇ ଦୁଇ ରାଜ୍ୟରେ ବିରୋଧାଭାଷ ସତ୍ତ୍ବେ ସର୍ବାଧିକ ମତଦାନ।ତାମିଲନାଡୁ (୨୩୪ ଆସନ) ଏବଂ ପଶ୍ଚିମବଙ୍ଗ (୧୫୨ ଆସନ, ପ୍ରଥମ ପର୍ଯ୍ୟାୟ) ବିଧାନସଭା ପାଇଁ ୨୩ ଏପ୍ରିଲ ୨୦୨୬ରେ ଭୋଟ ଗ୍ରହଣ ହୋଇଛି। ଯେଉଁଥିରେ ସନ୍ଧ୍ୟା ୫ଟା ସୁଦ୍ଧା ତାମିଲନାଡୁରେ ୮୨.୨୪% ରୁ ଅଧିକ ବମ୍ପର ମତଦାନ ହୋଇଥିବା ରେକର୍ଡ କରାଯାଇଛି
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ। ମମତା ବାନାର୍ଜୀଙ୍କ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର। ସେହିପରି ତାମିଲନାଡ଼ୁରେ ସମସ୍ତ ୨୩୪ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ, ୪,୨୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ କୋଲାଥୁର ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପୁକ୍ ଥିରୁଭାଲିକେନି ଆସନରୁ ଲଢୁଛନ୍ତି । ୨୦୧୧ରୁ ଷ୍ଟାଲିନ କୋଲାଥୁର ଆସନରୁ ନିର୍ବାଚନ ଲଢୁଛନ୍ତି ।