ରାଜ୍ୟର ଦୁଇ ସହର ଛୁଇଁଲା ୪୪ ଡିଗ୍ରୀ
ଭୁବନେଶ୍ୱରରେ ବି ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ତାପମାତ୍ରା ୪୨.୧ ଡିଗ୍ରୀ ଛୁଇଁଥିବାବେଳେ ଭବାନୀପାଟଣା ୪୨, ବୌଦ୍ଧ ୪୧.୪, ନୟାଗଡ଼ ଓ ଖୋର୍ଦ୍ଧା ୪୧ ଡିଗ୍ରୀ ଏବଂ କେନ୍ଦୁଝରରେ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର:ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ରାଜ୍ୟର ଦୁଇ ସହର ୪୪ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଢେଙ୍କାନାଳ ୪୩.୫, ହୀରାକୁଦ ୪୩.୪ ଡିଗ୍ରୀ। ସେହିପରି ସମ୍ବଲପୁର ଓ ପାରଳାଖେମୁଣ୍ଡି ୪୩, ବରଗଡ଼ ୪୨.୬ ଡିଗ୍ରୀ, ରାଉରକେଲା, ସୁନ୍ଦରଗଡ଼ ଓ ନୂଆପଡ଼ା ୪୨. ୫ ଡିଗ୍ରୀ ତାପମାତ୍ରା ହୋଇଛି।
ଅନ୍ୟପଟେ ଭୁବନେଶ୍ୱରରେ ବି ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ତାପମାତ୍ରା ୪୨.୧ ଡିଗ୍ରୀ ଛୁଇଁଥିବାବେଳେ ଭବାନୀପାଟଣା ୪୨, ବୌଦ୍ଧ ୪୧.୪, ନୟାଗଡ଼ ଓ ଖୋର୍ଦ୍ଧା ୪୧ ଡିଗ୍ରୀ ଏବଂ କେନ୍ଦୁଝରରେ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଛି।