thelifelinemedia
Latest Odisha News, Breaking News Today

ରାଜ୍ୟର ୫୮ଟି ସ୍ଥାନ ନାଁର ଇଂରାଜୀ ବନାନର ହେବ ସଂଶୋଧନ: କମିଟିର ସୁପାରିଶ ଉପରେ ପୁଣି ମତାମତ ଲୋଡ଼ିଲା ରାଜସ୍ୱ ବିଭାଗ,ସୁପାରିଶ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି 

ରାଜ୍ୟର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏହାସହିତ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ମଧ୍ୟ ଲୋଡ଼ିଛି ବିଭାଗ।

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଓ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ବନାନକୁ ଓଡ଼ିଆ ନାମ ଅନୁରୂପ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ପ୍ରସ୍ତାବ ଲୋଡ଼ାଯାଇଥିଲା। ଯାହା ଆଧାରରେ ଶ୍ରୀମତୀ ରାୟଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ମୋଟ ୫୮ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ପାଇଁ ସୁପାରିଶ କରିଛନ୍ତି। ଏହି ସୁପାରିଶ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅରବିନ୍ଦ ପାଢ଼ୀ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହାସହିତ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ମଧ୍ୟ ଲୋଡ଼ିଛି ବିଭାଗ।

 

ଏହି ତାଲିକାରେ ଅନେକ ଜିଲ୍ଲା ସଦର ମହକୁମାର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ସେଥିରେ ଐତିହାସିକ ସହର କଟକକୁ ଏଣିକି KATAKA , ଖୋରଧାକୁ KHORDHA ,କେନ୍ଦ୍ରାପଡ଼ାକୁ KENDRAPADA , ଅନୁଗୋଳକୁ ANUGOLA , ବଲାଙ୍ଗୀରକୁ BALANGIR , ବାଲେଶ୍ୱରକୁ BALESHWAR ଓ ବରଗଡ଼କୁ BARAGADA ଭାବେ ଲେଖାଯିବ। ସେହିପରି ଅନ୍ୟ ପ୍ରମୁଖ ସଂଶୋଧନ ମଧ୍ୟରେ ଦେବଗଡ଼କୁ DEBAGADA, କେନ୍ଦୁଝରକୁ KENDUJHAR , ନୟାଗଡ଼କୁ NAYAGADA , ସୋନପୁରକୁ SONPUR ଓ ସୁନ୍ଦରଗଡ଼କୁ SUNDARAGADA ବନାନ ଲେଖାଯିବାକୁ ସୁପାରିଶ କରାଯାଇଛି।

Leave A Reply

Your email address will not be published.