ତାମିଲନାଡୁ ବିଧାନସଭା ନିର୍ବାଚନ: ଟିଭିକେ ମୁଖ୍ୟ ଅଭିନେତା ବିଜୟଙ୍କ ନିର୍ବାଚନୀ ପ୍ରତିଶ୍ରୁତି , ଯୁବ ବର୍ଗଙ୍କୁ ଗୁରୁତ୍ୱ
ଡିଏମକେ (DMK), ବିଜେପି (NDA) ଏବଂ ଅଭିନେତା ବିଜୟଙ୍କ ନୂତନ ଦଳ (TVK) ମଧ୍ୟରେ କଡା ଟକ୍କର। ଟିଭିକେ ମୁଖ୍ୟ ଅଭିନେତା ବିଜୟଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଚର୍ଚ୍ଚାର ବିଷୟ ପାଲଟିଛି
ଚେନ୍ନାଇ:ତାମିଲନାଡୁ ବିଧାନସଭା ନିର୍ବାଚନ ନେଇ ସରଗରମ ହୋଇଛି ପୁରା ରାଜ୍ୟ। ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଉଛି। ୟାରି ଭିତରେ ଟିଭିକେ ମୁଖ୍ୟ ଅଭିନେତା ବିଜୟଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟେକ କଲେଜ ଛାତ୍ରଙ୍କୁ ସ୍ନାତକ ଠାରୁ ଡକ୍ଟରେଟ୍ ପର୍ଯ୍ୟନ୍ତ ଶିକ୍ଷା ଋଣ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। AI ଦ୍ୱାରା ପରିଚାଳିତ ମାଗଣା କୋଚିଂ। ପଞ୍ଜୀକୃତ ପ୍ରତ୍ୟେକ ସ୍ନାତକ ଯୁବକଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଭତ୍ତା। ସ୍ନାତକଙ୍କ ପାଇଁ ପ୍ରତି ମାସରେ ୧୦ ହଜାର ଟଙ୍କା। ଡିପ୍ଲୋମା ଧାରକଙ୍କ ପାଇଁ ପ୍ରତି ମାସରେ ୮ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ !! ସେହିପରି ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ମାସରେ ୩ ହଜାର ଟଙ୍କା ବର୍ଦ୍ଧିତ ପେନସନ୍ ପ୍ରଦାନ କରାଯିବ ବୋଲି ବିଜୟ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଏପ୍ରିଲ ୨୩, ୨୦୨୬ ରେ ହେବାକୁ ଯାଉଛି, ଯେଉଁଥିରେ ଡିଏମକେ (DMK), ବିଜେପି (NDA) ଏବଂ ଅଭିନେତା ବିଜୟଙ୍କ ନୂତନ ଦଳ (TVK) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ରାଜ୍ୟରେ ଏନଡିଏ ମେଣ୍ଟ ସରକାର ଗଢିପାରେ ବୋଲି ଓପିନିୟନ ପୋଲ ସୂଚନା ମିଳିଛି, ଏବଂ ବିଜେପି ମହିଳାଙ୍କୁ ମାସିକ ₹୨୦୦୦ ଓ ୩ଟି ମାଗଣା ସିଲିଣ୍ଡର ପ୍ରତିଶ୍ରୁତି ଦେଇଛି।