ପ୍ରବଳ ଖରା ପାଇଁ କାଲିଠୁ ସ୍କୁଲ ଛୁଟି
ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନବାଡ଼ି, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଛୁଟି ଘୋଷଣା କରାଯାଇଛି
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ସ୍କୁଲ ଓ କଲେଜ ସହ ତାଲିମ ପ୍ରତିଷ୍ଠାନ ବନ୍ଦ ରହିବ । ଏହା ପରେ ପରିସ୍ଥିତି ଦେଖି ପ୍ରଶାସନ ଖରା ଛୁଟି ନିଷ୍ପତ୍ତି ନେବ ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆସନ୍ତାକାଲିଠୁ ୨୨ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନବାଡ଼ି, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ସ୍କୁଲ ଓ କଲେଜ ସହ ତାଲିମ ପ୍ରତିଷ୍ଠାନ ବନ୍ଦ ରହିବ । ଏହା ପରେ ପରିସ୍ଥିତି ଦେଖି ପ୍ରଶାସନ ଖରା ଛୁଟି ନିଷ୍ପତ୍ତି ନେବ ।