thelifelinemedia
Latest Odisha News, Breaking News Today

ଆଜି ଝଡ଼ ବର୍ଷା, ୧୩ ଜିଲ୍ଲାକୁ ଆଲର୍ଟ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲାଗିବ ବ୍ରେକ

ଆସନ୍ତାକାଲିଠୁ ତାପମାତ୍ରା ଆହୁରି ବଢ଼ିବ। ରାଜ୍ୟରେ ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ଗତକାଲି ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ନିଆଁ ବର୍ଷା ହୋଇଥିଲା

ଭୁବନେଶ୍ୱର: ତତଲା ତାୱାରେ ସିଜୁଛି ଓଡ଼ିଶା। ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡ଼ଶାବାସୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ତାତିର କହର ଦେଖିବାକୁ ମିଳିଛି। ୟାରି ଭିତରେ ଆଜି ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିପାରେ । ଅପରାହ୍ନରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିପାରେ ।ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଆଜି ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୩ ଜିଲ୍ଲାରେ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲିଠୁ ତାପମାତ୍ରା ଆହୁରି ବଢ଼ିବ। ରାଜ୍ୟରେ ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ଗତକାଲି ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ନିଆଁ ବର୍ଷା ହୋଇଥିଲା। ରାଜ୍ୟର ୧୪ଟି ସ୍ଥାନରେ ୪୦ ଡିଗ୍ରୀ ପାର କରିଛି ପାରଦ। ଵିଶେଷ କରି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ଛୁଇଁଥିଲା। ସେହିଭଳି ଝାରସୁଗୁଡ଼ାରେ ପାରଦ ୪୩.୬ ଡିଗ୍ରୀ ଥିଲା। ହୀରାକୁଦ, ସମ୍ବଲପୁର, ଭବାନୀପାଟଣା ଓ ବଲାଙ୍ଗିର ଭଳି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରିମ କରିଛି ତାପମାତ୍ରା। ଆଗକୁ ଆହୁରି ତାତି ବଢିବା ନେଇ ପାଣିପାଗ ଵିଭାଗ ଆକଳନ କରିଛି।

Leave A Reply

Your email address will not be published.