ଦକ୍ଷିଣ ଭାରତୀୟ ରାଜ୍ୟର କ୍ଷତି ହେବନି: ଡିଲିମିଟେସନକୁ ନେଇ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୟାନ
ଏବେ ସଂସଦରେ ଦକ୍ଷିଣ ଭାରତୀୟ ପ୍ରତିନିଧି ସଂଖ୍ୟା ୧୨୯। ସୀମା ପୁନଃନିର୍ଦ୍ଧାରଣ ହେଲେ ଏହି ସଂଖ୍ୟା ୧୯୫କୁ ବୃଦ୍ଧି ପାଇବ। ପ୍ରତିନିଧିତ୍ବ ୨୩.୭୬ ପ୍ରତିଶତରୁ ୨୩.୯୭ ପ୍ରତିଶତକୁ ବୃଦ୍ଧି ପାଇବ
ନୂଆଦିଲ୍ଲୀ: ଡିଲିମିଟେସନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି। ସଂସଦରେ ଆଲୋଚନା ବେଳେ ଡିଲିମିଟେସନକୁ ନେଇ ବଡ଼ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କୌଣସି କ୍ଷତି ହେବନି।ଏବେ ସଂସଦରେ ଦକ୍ଷିଣ ଭାରତୀୟ ପ୍ରତିନିଧି ସଂଖ୍ୟା ୧୨୯। ସୀମା ପୁନଃନିର୍ଦ୍ଧାରଣ ହେଲେ ଏହି ସଂଖ୍ୟା ୧୯୫କୁ ବୃଦ୍ଧି ପାଇବ। ପ୍ରତିନିଧିତ୍ବ ୨୩.୭୬ ପ୍ରତିଶତରୁ ୨୩.୯୭ ପ୍ରତିଶତକୁ ବୃଦ୍ଧି ପାଇବ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଶକ୍ତି ବଢ଼ିବ, ଆଦୌ କମିବନି। ମୁଁ ଗୃହ ମନ୍ତ୍ରୀ ଭାବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଆଶ୍ବସ୍ତ କରିବାକୁ ଚାହୁଁଛି ବୋଲି ଶାହା କହିଛନ୍ତି
ଲୋକସଭା ସିଟ୍ ବଢ଼ିଲେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ କ୍ଷତି ସହିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟ କ୍ଷତି ସହିବେ। ହେଲେ ସଂସଦରେ ଆଲୋଚନା ବେଳେ ଗୃହମନ୍ତ୍ରୀ କହିଛନ୍ତି ଲୋକସଭା ସିଟ୍ ବଢ଼ିଲେ ଦେଶର କୌଣଷି ବଡ଼ କିମ୍ୱା ଛୋଟ ରାଜ୍ୟ ପ୍ରଭାବିତ ହେବେନି।ଆସନ୍ତାକାଲି ଅପରାହ୍ନ 4ଟା ରେ ବିଲକୁ ନେଇ ଭୋଟ ପଡିବ।