ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ କଂଗ୍ରେସର ସୃଷ୍ଟି: ଡିଲିମିଟେସନ୍ ଓ ମହିଳା ସଂରକ୍ଷଣ ବିଲ୍ ନେଇ ପ୍ରିୟଙ୍କା ଗାନ୍ଧିଙ୍କ ଯୁକ୍ତି
ପଞ୍ଚାୟତିରାଜ ଓ ପୌରପାଳିକାରେ ୩୩% ସଂରକ୍ଷଣ କଂଗ୍ରେସ ଶାସନରୁ ଆରମ୍ଭ ହୋଇଛି।ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ବରେ ଏହି ବିଲ୍ ପ୍ରଥମେ ଆସିଥିଲା
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ଜାରି ରହିଛି। ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା କଂଗ୍ରେସରୁ ସୃଷ୍ଟି ବୋଲି କହିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। କହିଲେ, ପଞ୍ଚାୟତିରାଜ ଓ ପୌରପାଳିକାରେ ୩୩% ସଂରକ୍ଷଣ କଂଗ୍ରେସ ଶାସନରୁ ଆରମ୍ଭ ହୋଇଛି।ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ବରେ ଏହି ବିଲ୍ ପ୍ରଥମେ ଆସିଥିଲା। ୨୦୧୯ରେ ମହିଳା ସଂରକ୍ଷଣ ଲାଗୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଲେଖିଥିଲେ।ଡିଲିମିଟେସନ୍ ଓ ମହିଳା ସଂରକ୍ଷଣ ବିଲ୍ ନେଇ ପ୍ରିୟଙ୍କା ଗାନ୍ଧି ଯୁକ୍ତି କରି କହିଛନ୍ତି ୩୩ ପ୍ରତିଶତ ସଂରକ୍ଷଣ କଂଗ୍ରେସର ସୃଷ୍ଟି।
ଅନ୍ୟପଟେ ଆଲୋଚନା ଭିତରେ ମୋଦି କହିଛନ୍ତି ଆମେ କ୍ରେଡିଟ୍ ଚାହୁଁ ନାହୁଁ, କେବଳ ବିଲ୍ ପାସ୍ କରିବାକୁ ଦିଅ।ମୋଦି ସରକାର ଆଜି ଦେଶର ଅଧା ଜନସଂଖ୍ୟାକୁ ସବୁଠାରୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିଛନ୍ତି।