ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ସମ୍ରାଟ ବିଜୁ ବାବୁ: ତିରୋଧାନ ଦିବସରେ ବିଜୁ ବାବୁଙ୍କୁ ମନେ ପକାଉଛି ଓଡ଼ିଶା
ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପ୍ରତିବର୍ଷ ୧୭ ଅପ୍ରେଲ୍ ରେ ପାଳନ କରାଯାଏ। ୧୯୯୭ ମସିହା ଏହି ଦିନରେ ତାଙ୍କର ଦେହାନ୍ତ ହୋଇଥିଲା
ଭୁବନେଶ୍ୱର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହେଉଛି। ସାରା ଓଡ଼ିଶା ଆଜି ବିଜୁ ବାବୁଙ୍କୁ ମନେ ପକାଉଛି। ଆଜି ଓଡ଼ଶା ରାଜନୀତିରେ ଐତିହାସିକ ଦିନ ହେବାକୁ ଯାଉଛି। ବିଜୁ ବାବୁଙ୍କ ତିରୋଧାନ ଦିବସରେ ଦେଖିବାକୁ ମିଳିବ ବିଜୁ ଲିଗାଶୀ ବା ବିଜୁ ପ୍ରେମୀଙ୍କ ଶକ୍ତି ପ୍ରଦର୍ଶନ। ଏକାଠି ହେବେ ବିଜୁ ଲିଗାସୀର ବରିଷ୍ଠ ନେତା। ଆଜି ଶ୍ରାଦ୍ଧ ଦିବସରେ ୫ହଜାରରୁ ଅଧିକ ଲୋକଙ୍କ ସହ ଏକାଠି ହେବେ ବିଜୁ ଲିଗାସୀର ବରିଷ୍ଠ ନେତା । ଓଡ଼ିଶା ନାଗରିକ ମଞ୍ଚରେ ବିଜୁବାବୁଙ୍କ ଅଣକଂଗ୍ରେସ ରାଜନୀତିର ସ୍ମୃତି ଚାରଣ କରିବେ ବିଜୁ ଅନୁଗତ । ଅନୁପପଟେ ବିଜେଡି ପକ୍ଷରୁ ମଧ୍ୟ ବିଜୁ ତିରୋଧାନ ଦିବସ ପାଳନ ହେଉଛି। ସାରା ରାଜ୍ୟରେ ଦଳମତ ନିର୍ବିଶେଷରେ ବିଜୁବାବୁଙ୍କ ତିରୋଧାନ ଦିବସକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପ୍ରତିବର୍ଷ ୧୭ ଅପ୍ରେଲ୍ ରେ ପାଳନ କରାଯାଏ। ୧୯୯୭ ମସିହା ଏହି ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଦିନ ରାଜ୍ୟରେ ତାଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ବିଭିନ୍ନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।