୪୮ ଘଣ୍ଟାରେ ବିଧାନସଭା ଡାକ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ।ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି ।ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ
ଭୁବନେଶ୍ୱରେ: ୪୮ ଘଣ୍ଟାରେ ବିଧାନସଭା ଡାକ।ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ CMଙ୍କୁ ନବୀନଙ୍କ ଚିଠି। ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଲେ। ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ।ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି ।ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ।ଫଳରେ ଆମର ରାଜନୈତିକ ଅଧିକାର ଅନ୍ୟ ରାଜ୍ୟମାନେ ଛଡ଼ାଇ ନେବେ ବୋଲି ନବୀନ କହିଛନ୍ତି।
ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ ବୋଲି ନବୀନ କହିଛନ୍ତି। ଜନସଂଖ୍ୟା ବୃଦ୍ଧି, ମାନବ ସମ୍ପଦ ବିକାଶରେ ଅଗ୍ରଣୀ ସତ୍ତ୍ବେ ପ୍ରତିନିଧିତ୍ୱ ୧୫% କମିବ। ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଭବିଷ୍ୟତ ପିଢ଼ି ପାଇଁ ଗୁରୁତର ଅନ୍ୟାୟ ହେବ।ମାତ୍ର ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସ୍ବାଗତ କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।