thelifelinemedia
Latest Odisha News, Breaking News Today

ବିହାରରେ ଆରମ୍ଭ ସମ୍ରାଟ ଯୁଗ: ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ  ବିହାରର ରାଜନୈତିକ ଦୃଶ୍ୟପଟ୍ଟରେ ବଡ ପରିବର୍ତ୍ତନ

ବିହାରର ରାଜନୈତିକ ଦୃଶ୍ୟପଟ୍ଟରେ ଏହା ଏକ ବଡ଼ ପରିବର୍ତ୍ତନ । ବିଜେପି ପ୍ରଥମ ଥର ପାଇଁ ସମ୍ରାଟଙ୍କୁ ସିଧାସଳଖ ସରକାରର ଦାୟିତ୍ୱ ନେଇଛି

ପାଟଣା: ବିହାରରେ ଆରମ୍ଭ ହୋଇଛି ସମ୍ରାଟ ଯୁଗ। ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ଲୋକଭବନରେ ଏକ ସମାରୋହରେ ରାଜ୍ୟପାଳ ସୟଦ ଆତା ହସନେନ୍‌ ସମ୍ରାଟ ଚୌଧୁରୀ ଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଜେପି ଓ ଜେଡିୟୁର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ବିହାରର ରାଜନୈତିକ ଦୃଶ୍ୟପଟ୍ଟରେ ଏହା ଏକ ବଡ଼ ପରିବର୍ତ୍ତନ । ବିଜେପି ପ୍ରଥମ ଥର ପାଇଁ ସମ୍ରାଟଙ୍କୁ ସିଧାସଳଖ ସରକାରର ଦାୟିତ୍ୱ ନେଇଛି।

ସମ୍ରାଟ ଚୌଧୁରୀଙ୍କ ପିତା, ଶକୁନି ଚୌଧୁରୀଙ୍କୁ ବିହାରର ସବୁଠାରୁ ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ରାଷ୍ଟ୍ରୀୟ ଜନତା ଦଳ ସହିତ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେ ପରେ JDU ଏବଂ ପରେ ଭାଜପାରେ ମଧ୍ୟ ଯୋଗ ଦେଇଥିଲେ। ସମ୍ରାଟଙ୍କୁ ଉତ୍ତରାଧିକାରୀ ଭାବରେ ରାଜନୀତି ମିଳିଥିଲା। ତାଙ୍କ ପିତା, ଶକୁନି ଚୌଧୁରୀଙ୍କୁ ରାଜ୍ୟର ଶ୍ରେଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଗତ ସରକାରରେ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭା‌ବେ କାର୍ଯ୍ୟ କରିଥିଲେ। ତାଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ରହିଥିଲା । ୨୦୧୭ରେ ବିଜେପିରେ ଯୋଗ ଦେଇଥିବା ସମ୍ରାଟ ଚୌଧୁରୀ ମଙ୍ଗଳବାର ବିଜେପି ବିଧାୟକ ଦଳ ନେତା ବଛା ଯାଇଥିଲେ। ବିହାରର ଜଟିଳ ରାଜନୈତିକ ଦୃଶ୍ୟପଟ୍ଟରେ ସମ୍ରାଟ ଚୌଧୁରୀଙ୍କର ପଦୋନ୍ନତି ଜାତିଗତ ଗୁରୁତ୍ୱ ବହନ କରେ ।

Leave A Reply

Your email address will not be published.