thelifelinemedia
Latest Odisha News, Breaking News Today

ଓଡିଶାରେ ଜନ୍ମନେଲା ନୂଆ ରାଜନୈତିକ ଦଳ: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଗଢାହେଲା ଓଡିଶା ଜନତା କଂଗ୍ରେସ

ନୂଆ ପିଢ଼ିର ଯୁବକ ନୂତନ ଓଡ଼ିଶା ଗଠନ କରିବେ। ତାଙ୍କ ଦଳ କାହାର ବି ଟିମ ହୋଇ କାମ କରିବନି । ଓଡ଼ିଶା ଜନତା କଂଗ୍ରେସ ଆସନ୍ତା ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ମୋକିମ୍

ଭୁବନେଶ୍ୱର: ଓଡିଶା ନୂଆ ରାଜନୈତିକ ଦଳ ଉଭା ହୋଇଛି।ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଗଢାହେଲା ଓଡିଶା ଜନତା କଂଗ୍ରେସ। ଓଡିଆ ନବବର୍ଷରେ ମୋକିମ ନୂଆ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନାଁ ନ ନେଇ ବିଜେଡି-ବିଜେପିକୁ ଧୋଇଛନ୍ତି ଦଳର ପ୍ରତିଷ୍ଠାତା ମୋକିମ୍ ।ଓଡିଶା ଏକ ଯୁବ କେନ୍ଦ୍ରିକ ଓଡିଶା ହେବ। ନୂଆ ପିଢ଼ିର ଯୁବକ ନୂତନ ଓଡ଼ିଶା ଗଠନ କରିବେ। ତାଙ୍କ ଦଳ କାହାର ବି ଟିମ ହୋଇ କାମ କରିବନି । ଓଡ଼ିଶା ଜନତା କଂଗ୍ରେସ ଆସନ୍ତା ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ମୋକିମ୍ ।

ବାପାଙ୍କ ନୂଆ ଦଳର ଲୋକାର୍ପଣରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟିକା ଝିଅ ସୋଫିଆ ଫିର୍ଦ୍ଦୋସ । ପ୍ରଥମେ ସଭାତଳେ ଆସି ବସିଥିଲେ । ଶେଷରେ ସଭା ମଞ୍ଚ ଉପରେ ଛିଡାହୋଇ ଭାଷଣ ବି ଦେଇଥିଲେ । କହିଥିଲେ ବାପାଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ । ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ଏଭଳି ସ୍ଥିତିରେ ଓଡିଶା ଜନତା କଂଗ୍ରେସ ଦଳର ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେଖାଇବ। ଅତୀତରେ ଓଡିଶାରେ ବହୁ ରାଜନୀତିକ ଦଳ ପ୍ରତିଷ୍ଠା ହୋଇଛି କିନ୍ତୁ ତାହା ଲୋକଂକ ମନକୁ ଛୁଇଁ ପାରିନି। ଏବେମହମ୍ମଦ ମୋକିମଙ୍କ ଦ୍ବାରା ପ୍ରତିଷ୍ଠିତ OJCର ଭବିଷ୍ୟତ କଣ ହେଉଛି ତା ଉପରେ ନଜର।

Leave A Reply

Your email address will not be published.