ବିହାରରେ ସରିଲା ‘ନୀତୀଶ’ ରାଜ୍: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା, ସବୁଠୁ ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଥିଲେ ନୀତିଶ
ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା ନିର୍ବାହ କରିବେ
ପାଟଣା: ଦୁଇ ଦଶକ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶଙ୍କ ଯୁଗ ସରିଛି। ବିହାରରେ ନୀତୀଶ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ । ତାଙ୍କର ଦଳ ଅଧିକ ଆସନରେ ଜିତୁନଥିଲେ ବି ସେ ହେଉଥିଲେ ମୁଖ୍ୟମନ୍ତ୍ରୀ। କ୍ଷମତାକୁ ଜାବୁଡି ଧରିବାର କଳା ଜାଣିଥିଲେ ନୀତୀଶ।। ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ସହ ବିହାର ରାଜନୀତିରେ ନୂଆ ରାଜନୈତିକ ପରିବର୍ତ୍ତନ ହୋଇଛି। ଏବେ ପରିବର୍ତ୍ତିତ ପରିସ୍ଥିତିରେ ନୀତୀଶ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯିବା ପରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ବିହାର ସରକାରରେ ନୀତୀଶ ଯୁଗର ଅବସାନ ଘଟିଛି।
ଯେଉଁ ଆସନ ମୋହ ପାଇଁ ରାଜନୀତିରେ ସେ ପଲଟୁରାମ ନାଁରେ ବଦନାମ ହୋଇଛନ୍ତି, ଶେଷରେ ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ମଙ୍ଗଳବାର ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାର ରାଜନୀତିରେ ଏକ ବଡ଼ ଘଟଣା ଘଟିଛି। ୨୦ ବର୍ଷର ମୁଖ୍ୟମନ୍ତ୍ରୀ ଆସନକୁ ଅଲବିଦା କହି ରାଜ୍ୟସଭାରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିବେ।