କେଜରିୱାଲ, ସିଶୋଦିଆ ଦୋଷମୁକ୍ତ:ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ କୋର୍ଟଙ୍କ ବଡ଼ ରାୟ,ପ୍ରମାଣ ଦେବାରେ ସିବିଆଇ ବିଫଳ
ସିବିଆଇକୁ କଡ଼ା ଭର୍ତ୍ସନା କରିଛନ୍ତି କୋର୍ଟ। କହିଛନ୍ତି ପ୍ରମାଣ ଦେବାରେ ସିବିଆଇ ଫେଲ ମାରିଛି।ସିବିଆଇ ପାଖରେ ମାମଲାକୁ ଚଳାଇବାକୁ ପର୍ଯ୍ୟାପ୍ତ ସାକ୍ଷ୍ୟ କିମ୍ବା ପ୍ରମାଣ ନାହିଁ
ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହିତ ସିବିଆଇକୁ କଡ଼ା ଭର୍ତ୍ସନା କରିଛନ୍ତି କୋର୍ଟ। କହିଛନ୍ତି ପ୍ରମାଣ ଦେବାରେ ସିବିଆଇ ଫେଲ ମାରିଛି।ସିବିଆଇ ପାଖରେ ମାମଲାକୁ ଚଳାଇବାକୁ ପର୍ଯ୍ୟାପ୍ତ ସାକ୍ଷ୍ୟ କିମ୍ବା ପ୍ରମାଣ ନାହିଁ । ତେଣୁ କୋର୍ଟ ଏହି ମାମଲାକୁ ଖାରଜ କରିବା ସହିତ ସମସ୍ତ ୨୩ ଅଭିଯୁକ୍ତ ଦୋଷମୁକ୍ତ ଘୋଷଣା କରିଛନ୍ତି ।
ତେବେ ଅଦାଲତଙ୍କ ନିଷ୍ପତ୍ତି ଆସିବା ପରେ ଅରବିନ୍ଦ କେଜ୍ରିୱାଲ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । କେଜ୍ରିୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ କାନ୍ଦି ପକାଇଥିଲେ । ଆଉ କାନ୍ଦି କାନ୍ଦି କହିଥିଲେ “ମୁଁ ଦୁର୍ନୀତି କରିନାହିଁ । କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ନୁହେଁ । ମୁଁ ସଚ୍ଚୋଟତାର ସହିତ କାମ କରିଛି”। ତାଙ୍କ ପାଖରେ ଉପସ୍ଥିତ ଥିବା ମନୀଷ ସିସୋଦିଆ ଆଲିଙ୍ଗନ କରି ସାନ୍ତ୍ୱନା ମଧ୍ୟ ଦେଇଥିଲେ ।