ବଡଓଷାକୁ ନେଇ ଧବଳେଶ୍ବର ପୀଠ ଉତ୍ସବମୁଖର
ପବିତ୍ର କାର୍ତିକ ମାସ ବଡ଼ଓଷା ପର୍ବରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗର ବାବା ଧବଳେଶ୍ବରଙ୍କ ପୀଠ ଉତ୍ସବମୁଖର। ହଜାର ହଜାର ଶ୍ରଦ୍ଧାଳୁ ଆଜିର ଦିନରେ ଧବଳେଶ୍ବରଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଛନ୍ତି। ଧବଳେଶ୍ବରଙ୍କ ପୀଠରେ ଭକ୍ତି ଭାବମୟ ପରିବେଶ ଦେଖିବାକୁ ମିଳିଛି। ଉତ୍ସବ ଅବସରରେ ଅନୁଷ୍ଠିତ ହେଉଥିବା ମେଳାରେ କିଣାବିକାର ଆସର ଜମୁଛି।
ଗୁରୁଜଙ୍ଗ ଧବଳେଶ୍ବରଙ୍କ ପୀଠରେ ବଡ଼ଓଷା ପର୍ବ ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି । ରୀତି, ନୀତି ପରମ୍ପରା ଅନୁଯାୟୀ ବାବାଙ୍କର ପୂଜାର୍ଚ୍ଚନା ହେଉଛି । ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ଆଜିର ଦିନରେ ବାବାଙ୍କ ନିକଟରେ ଅଟକାଳୀ ଏବଂ ଗଜ ଭୋଗ ଲାଗି କରିଥାନ୍ତି। ଧବଳେଶ୍ବରଙ୍କୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଇଛନ୍ତି । ବିଶ୍ବାସ ରହିଛି ଆଜିର ଦିନରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ମଙ୍ଗଳ ହୋଇଥାଏ ।