ବିଦ୍ୟାଭାରତୀ ଚାକିରିରୁ ସସପେଣ୍ଡ୍
ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା। ବିଦ୍ୟାଭାରତୀଙ୍କୁ ସସପେଣ୍ଡ ନେଇ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହୋଇଛି। ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ୍ କୋର୍ଟଙ୍କ ଚିଠି ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିବା ଦିନଠାରୁ ନିଲମ୍ବନ ଆଦେଶ ଲାଗୁ ହୋଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଗତ ୨ ତାରିଖରେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଆତ୍ମସମର୍ପଣ କରିଥିଲେ। ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସୂଚନା ଅନୁସାରେ, କପ୍ତିପଦା ବ୍ଲକ ଶାଳଚୁଆ ପ୍ରାଣିଧନ ସେବା କେନ୍ଦ୍ରରେ ଏଲଆଇ ଭାବେ କାର୍ଯ୍ୟରତ ଥିଲେ ବିଦ୍ୟାଭାରତୀ।