ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା ବିଜେଡିର ରାଜ୍ୟସଭା ପ୍ରାର୍ଥୀ:ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ, ତୃତୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଚତୁର୍ଥ ପ୍ରାର୍ଥୀ ଡା ଦତ୍ତେଶ୍ବର ହୋତା
ଓଡିଶାରେ ଖାଲିପଡିଥିବା ୪ଟି ଆସନ ଲାଗି ମାର୍ଚ୍ଚ ୫ ଯାଏ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ମାର୍ଚ୍ଚ ୬ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ରହିଛି
ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି। ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଓ ଡା ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ବିଜେଡ଼ିର ବରିଷ୍ଠ ନେତା ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ବର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ନବୀନ କହିଛନ୍ତି। ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଲେ ନବୀନ । ନବୀନଙ୍କୁ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର । କହିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ନମ୍ରତାର ସହ ଗ୍ରହଣ କରୁଛି । ସମସ୍ତଙ୍କ ସହଯୋଗ କାମନା କରୁଛି । ଅନ୍ୟପଟେ ଦତ୍ତେଶ୍ବର କହିଛନ୍ତି ମୁଁ ଚିକିତ୍ସା କ୍ଷେତ୍ରରେ କାମ କରିଛି , ଲୋକଙ୍କ ସେବା କରିଛି । ତେଣୁ ମୋତେ ସବୁ ଦଳ ସମର୍ଥନ କରନ୍ତୁ ବୋଲି ଦତ୍ତେଶ୍ବର ହୋତା କହିଛନ୍ତି।
ଓଡିଶାରେ ଖାଲିପଡିଥିବା ୪ଟି ଆସନ ଲାଗି ମାର୍ଚ୍ଚ ୫ ଯାଏ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ମାର୍ଚ୍ଚ ୬ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏବେ ବିଜେପି ଓ କଂଗ୍ରେସ ଉପରେ ନଜର ରହିବ। କାହାକୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ କରୁଛନ୍ତି ତାରି ଉପରେ ନଜର ରହିବ।