thelifelinemedia
Latest Odisha News, Breaking News Today

ଡିସେମ୍ବରରେ ଜାଡ଼ର ପ୍ରକୋପ

ଭୁବନେଶ୍ୱର: ଓଡ଼ିଶାରେ ଏଥର ଶୀତର ପ୍ରକୋପ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ରହିବ। ନଭେମ୍ବର ୨୮ ତାରିଖରୁ ସାରା ରାଜ୍ୟରେ ଥଣ୍ଡା ବଢ଼ିବା ସହ ୨ରୁ ୩ ଡିଗ୍ରୀ ଯାଏଁ ଖସିପାରେ ତାପମାତ୍ରା। ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରକୋପ ରହିବ ବୋଲି ସୂଚନା ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଏବେ ଶୀତର ପ୍ରଭାବ ସେତେଟା ଅନୁଭୂତ ହେଉନାହିଁ। ଜଳୀୟବାଷ୍ପ ଏବଂ ମେଘମୁକ୍ତ ଆକାଶ ଯୋଗୁଁ ଦିନରେ ଖରା ରହୁଥିବା ବେଳେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ। ତେବେ ୨୫ ତାରିଖରୁ କୁହୁଡ଼ିର ପ୍ରଭାବ କମିବା ସମ୍ଭାବନା ରହିଛି।

ଏହାପରେ ଉତ୍ତର ଭାରତରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବା ଫଳରେ ରାତିର ତାପମାତ୍ରା ହ୍ରାସ ପାଇବ। ନଭେମ୍ବର ୨୮ ତାରିଖରୁ ଉପକୂଳ ସମେତ ସାରା ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ବିଶେଷକରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହେବ। ଫେବୃଆରୀ ୧୫ ପର୍ଯ୍ୟନ୍ତ ଶୀତ ଋତୁ ଜାରି ରହିବା ସମ୍ଭାବନା ଥିବାବେଳେ ମଝିରେ ମଝିରେ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ପାଇଁ ଥଣ୍ଡା କମିପାରେ।

Leave A Reply

Your email address will not be published.