ଇରାନ ଉପରେ ମିସାଇଲ ମାଡ଼: ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ମାଡ଼ କଲେ ମିସାଇଲ ମାଡ଼, ବଢିଲା ଉତ୍ତେଜନା
ଇରାନ ପକ୍ଷରୁ ପାଲଟା ମିସାଇଲ୍ ଆକ୍ରମଣ ହେବାର ଆଶଙ୍କା କରି ଇସ୍ରାଏଲ ସେନା ନିଜ ନାଗରିକମାନଙ୍କୁ ସୁରକ୍ଷିତ ବଙ୍କର କିମ୍ବା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ସତର୍କ କରାଇ ଦେଇଛି
ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ଆରଂଭ ହେଲା ଯୁଦ୍ଧ। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି।ଇସ୍ରାଏଲ ସେନା ପକ୍ଷରୁ ଇରାନର ତେହେରାନରେ ମିସାଇଲ ମାଡ଼। ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ତେହେରାନ ଉପରେ ମିଶାଇଲ ମାଡ଼ କରିଛନ୍ତି।ତେହେରାନର ୩୦ଟି ସ୍ଥାନକୁ ଏକାସଙ୍ଗରେ ଟାର୍ଗେଟ୍ ହୋଇଛି। ମିସାଇଲ ମାଡ଼ରେ ଧୂଆଁମୟ ହେଲା ତେହରାନ ସହର। ଇରାନ ରାଷ୍ଟ୍ରପତିଙ୍କ ଘର ଉପରକୁ ମଧ୍ୟ ମିସାଇଲ ମାଡ଼ ହୋଇଛି। ଆକ୍ରମଣ ପରେ ଜରୁରିକାଳୀନ ସ୍ଥିତି ଘୋଷଣା କଲା ଇସ୍ରାଏଲ। ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି। ସ୍କୁଲ, କଲେଜ ସହ ବାୟୁ ସୀମା ବନ୍ଦ କଲା ଇସ୍ରାଏଲ। ଇରାନର ପାଲଟା ଆକ୍ରମଣ ଆଶଙ୍କାରେ ପଦକ୍ଷେପ ନେଲା ଇସ୍ରାଏଲ। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଇରାନ ଉପରେ ଆକ୍ରମଣ ହୋଇଛି ବୋଲି କୁହାଯାଉଛି।ତେଲ୍ ଆଭିଭ୍ ଏବଂ ଜେରୁଜେଲମ ସମେତ ବିଭିନ୍ନ ସହରରେ ଏୟାର-ରେଡ୍ ସାଇରନ୍ ବାଜି ଉଠିଛି।
ଅନ୍ୟପଟେ ଇରାନ ପକ୍ଷରୁ ପାଲଟା ମିସାଇଲ୍ ଆକ୍ରମଣ ହେବାର ଆଶଙ୍କା କରି ଇସ୍ରାଏଲ ସେନା ନିଜ ନାଗରିକମାନଙ୍କୁ ସୁରକ୍ଷିତ ବଙ୍କର କିମ୍ବା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ସତର୍କ କରାଇ ଦେଇଛି। ଅନ୍ୟପଟେ ଭାରତ ନିଜ ନାଗରିକ ପାଇଁ ସତର୍କ ବାର୍ତ୍ତା ଦେଇଛି। ଇରାନ ଓ ଇସ୍ରାଏଲ ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି।