ଦେଶ୍କା ଦୁଷ୍ମନ Vs ବିଶ୍ବାସଘାତକ:ସଂସଦ ଭବନ ବାହାରେ ରାହୁଲ ଓ ରବନୀତ ମୁହାଁମୁହିଁ
ପୂର୍ବତନ ସ୍ଥଳସେନା ମୁଖ୍ୟଙ୍କ ଅପ୍ରକାଶିତ ବହିକୁ ନେଇ ସଂସଦ ଉଠୁଛି ପଡୁଛି। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି
ନୂଆଦିଲ୍ଲୀ:ସଂସଦ ଭବନ ବାହାରେ ରାହୁଲ ଗାନ୍ଧି ଓ ରବନୀତ ସିଂ ବିଟ୍ଟୁ ମୁହାଁମୁହିଁ। ରବନୀତଙ୍କୁ ବିଶ୍ବାସଘାତକ କହି ରାହୁଲ ତାଚ୍ଛଲ୍ୟ କରିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।ରାହୁଲଙ୍କୁ ଦେଶ୍କା ଦୁଷ୍ମନ କହି କଡ଼ା ନିଶାନା କଲେ ରବନୀତ।ରାହୁଲ ହାତ ମିଳାଇବାକୁ କହିବାରୁ ମନା କଲେ ରବନୀତ। ଏହି ପ୍ରସଙ୍ଗରେ ରାହୁଲଙ୍କୁ ‘ଗଦ୍ଦାର’ କହି ବର୍ଷିଲେ ଦିଲ୍ଲୀର ମନ୍ତ୍ରୀ ମଞ୍ଜିନ୍ଦର ସିର୍ସା।ରାହୁଲ ‘ଗଦ୍ଦାର’ ଶିଖ୍ ସମ୍ପ୍ରଦାୟ ‘ଗଦ୍ଦାର’ ନୁହଁନ୍ତି ବୋଲି କହିଲେ।
ସୂଚନା ଯୋଗ୍ୟ, ୨୦୨୪ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ରବନୀତ୍। ବର୍ତ୍ତମାନ କେନ୍ଦ୍ରରେ ରେଲୱେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ରବନୀ ପୂର୍ବତନ ସ୍ଥଳସେନା ମୁଖ୍ୟଙ୍କ ଅପ୍ରକାଶିତ ବହିକୁ ନେଇ ସଂସଦ ଉଠୁଛି ପଡୁଛି। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।ଦେଶ୍କା ଦୁଷ୍ମନ Vs ବିଶ୍ବାସଘାତକ ଚର୍ଚ୍ଚାକୁ ନେଇ ତେଜିଛି ଜାତୀୟ ରାଜନୀତି।