thelifelinemedia
Latest Odisha News, Breaking News Today

ଭାରତ ଉପରେ ଟାରିଫ କମେଇଲା ଆମେରିକା:25 ପ୍ରତିଶତରୁ ଖସିଲା 18 ପ୍ରତିଶତ, ଉଭୟ ଦେଶର ବାଣିଜ୍ୟ କାରବାରକୁ ମିଳିଲା ବଳ

ନୂଆଦିଲ୍ଲୀ: ବାଣିଜ୍ୟ ଚାପ ଭିତରେ ଭାରତ ଉପରେ ଶୁଳ୍କ କମାଇଲା ଆମେରିକା।ଐତିହାସିକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛନ୍ତି ଉଭୟ ଭାରତ ଓ ଆମେରିକା। ଭାରତ ଉପରେ ଲାଗୁ ଥିବା ୫୦% ଶୁଳ୍କକୁ ୧୮% ହ୍ରାସ କରିଛି ୱାଶିଂଟନ। ଏହି ଚୁକ୍ତିରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଏହି ଚୁକ୍ତି ପାଇଁ କିଛି ସର୍ତ୍ତ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଭାରତ ଏବେ ଋଷ ଠାରୁ ତେଲ କିଣିବ ନାହିଁ। ଏ ନେଇ ଭାରତ ତାର ସହମତି ଜଣାଇଛି। ଯାହାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି। ଋଷରୁ ତେଲ ଆମଦାନୀ ବନ୍ଦ କରିବା ପାଇଁ ଭାରତକୁ କ’ଣ ଭାରୀ ମୂଲ୍ୟ ଦେବାକୁ ପଡିବ? ଯଦି ଭାରତ ଆମେରିକୀୟ ତେଲ କିଣିବ ତେବେ ଏହାର ମୂଲ୍ୟ କେତେ ରହିବ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଯଦି ଭାରତ ଆମେରିକୀୟ ତେଲ କିଣିବ ତେବେ ଏହାର ମୂଲ୍ୟ କେତେ ରହିବ?ଋଷ ଭାରତକୁ ରିହାତି ଦରରେ ଅଶୋଧିତ ତୈଳ ଯୋଗାଇ ଆସୁଛି। କିନ୍ତୁ ଏବେ ଆମେରିକାରୁ ତେଲ କିଣିବା ଦ୍ୱାରା ଭାରତକୁ ବହୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.