ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ:ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା, ପ୍ରତିରକ୍ଷା ସହଯୋଗ ଏବଂ ଦୃଢ଼ ଆର୍ଥିକ ସମ୍ପର୍କ ଉପରେ ଗୁରୁତ୍ବ
ଡିଜିଟାଲ ଟେକ୍ନୋଲୋଜି, ସେମି କଣ୍ଡକ୍ଟର କ୍ଷେତ୍ରରେ ଦୁଇ ଦେଶ କାମ କରିବେ ସାମୁଦ୍ରିକ ସୁରକ୍ଷା ଉପରେ ଦୁଇ ଦେଶ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତର ଦ୍ୱିତୀୟ ଦିନରେଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି।ବିପର୍ଯ୍ୟୟ ପରିଚାଳନା ସହଯୋଗ, ସେମିକଣ୍ଡକ୍ଟର କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ସହଯୋଗ ଏବଂ ଦୃଢ଼ ଆର୍ଥିକ ସମ୍ପର୍କ ଉପରେ ଦୁଇ ଦେଶର ଗୁରୁତ୍ବ ଦିଆ ଯାଇଛି। ଭାରତ-ମାଲେସିଆ ମଧ୍ୟରେ ସଂପର୍କ ବେଶ ପୁରୁଣା ବୋଲି ମୋଦି କହିଛନ୍ତି। ଦୁଇ ଦେଶ ମଧ୍ୟରେ ସଭ୍ୟତା, ସଂସ୍କୃତି ବେଶ ଗୁରୁତ୍ବପୂର୍ଣ୍ଣ ।
AI, ଡିଜିଟାଲ ଟେକ୍ନୋଲୋଜି, ସେମି କଣ୍ଡକ୍ଟର କ୍ଷେତ୍ରରେ ଦୁଇ ଦେଶ କାମ କରିବେ ସାମୁଦ୍ରିକ ସୁରକ୍ଷା ଉପରେ ଦୁଇ ଦେଶ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।ସେହିପରି ଏହି ଆଲୋଚନା ମଧ୍ୟରେ ଆତଙ୍କବାଦ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଉପରେ ଦୁଇ ଦେଶ ଫୋକସ ରଖିବେ ବୋଲି ମତ ପ୍ରକାଶ ହୋଇଛି।