thelifelinemedia
Latest Odisha News, Breaking News Today

ପଶ୍ଚିମ ବଙ୍ଗରେ ଇଡି ରେଡ ରାଜନୀତି:ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ

I-PAC ଅଫିସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେଡକୁ ନେଇ ମୁହାଁମୁହିଁ ମମତା ସରକାର ଓ ବିଜେପି । ସର୍ଚ୍ଚ ବେଳେ କିଛି ଡକ୍ୟୁମେଣ୍ଟ ବଳପୂର୍ବକ ନେଇଯାଇଥିବା EDର ଅଭିଯୋଗ ପରେ ତେଜିଛି ରାଜନୀତି

କୋଲକତା: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି। ED ରେଡକୁ ବିରୋଧ କରି ବିକ୍ଷୋଭ କଲେ ଟିଏମସି ସାଂସଦ । ଗତକାଲି I-PAC ଉପରେ ରେଡ୍ କରିଥିଲା ଇଡି। ଯାହାକୁ ନେଇ ଦେଖିବାକୁ ମିଳିଛି ତୁମୁଳ କାଣ୍ଡ। ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ଟିଏମସି ସାଂସଦ। ବିକ୍ଷୋଭ କରୁଥିବା ସାଂସଦଙ୍କୁ ହଟାଇଲା ପୋଲିସ୍। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାଟା ନେଇଯାଇଥିବା ନେଇ ଇଡିର ଅଭିଯୋଗ କରି ହୋଇଥିଲା ବିକ୍ଷୋଭ।

I-PAC ଅଫିସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେଡକୁ ନେଇ ମୁହାଁମୁହିଁ ମମତା ସରକାର ଓ ବିଜେପି । ସର୍ଚ୍ଚ ବେଳେ କିଛି ଡକ୍ୟୁମେଣ୍ଟ ବଳପୂର୍ବକ ନେଇଯାଇଥିବା EDର ଅଭିଯୋଗ ପରେ ତେଜିଛି ରାଜନୀତି। ଇଲେକ୍ଟ୍ରୋନିକ ପ୍ରମାଣ ପତ୍ର ମମତାଙ୍କ ଅଧିକାରୀ ନେଇଯାଇଥିବା ଅଭିଯୋଗ କରିଛି ଇଡି। କୋଇଲା ଚାଲାଣ ଲିଙ୍କ୍‌ରେ PMLAରେ ରେଡ୍‌ କରାଯାଉଥିଲା। ଅନ୍ୟପଟେ ରାଜନୈତିକ ଦଳକୁ ଟାର୍ଗେଟ୍‌ କରିନ ଥିଲା ବୋଲି ସ୍ପଷ୍ଟ କରିଛି ED। ତଦନ୍ତରେ ବାଧା ସୃଷ୍ଟି ହେବାରୁ ED ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ଇଡି ରେଡ ପ୍ରସଂଗ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Leave A Reply

Your email address will not be published.