thelifelinemedia
Latest Odisha News, Breaking News Today

ଲୁଟ୍ କରି କ୍ୟାବ୍ ଡ୍ରାଇଭର୍ ଗିରଫ:ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର

ପେଟ୍ରୋଲ ପମ୍ପ୍‌ରେ ସିଏନ୍‌ଜି ପକାଇବାକୁ କହି କ୍ୟାବ୍‌ରୁ ଓହ୍ଲାଇ ଦେଇଥିଲେ। ଏହି ସୁଯୋଗରେ କ୍ୟାବ୍‌ ସହ ସବୁ ଅଳଙ୍କାର ଧରି ଚମ୍ପଟ୍‌ ମାରିଥିଲେ

ଭୁବନେଶ୍ବର: ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର। କ୍ୟାବ୍ ଡ୍ରାଇଭରକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି। କଟକ ସିଡିଏକୁ କ୍ୟାବ୍‌ ବୁକ୍‌ କରି ଯିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ପେଟ୍ରୋଲ ପମ୍ପ୍‌ରେ ସିଏନ୍‌ଜି ପକାଇବାକୁ କହି କ୍ୟାବ୍‌ରୁ ଓହ୍ଲାଇ ଦେଇଥିଲେ। ଏହି ସୁଯୋଗରେ କ୍ୟାବ୍‌ ସହ ସବୁ ଅଳଙ୍କାର ଧରି ଚମ୍ପଟ୍‌ ମାରିଥିଲେ। ସୂଚନା ପାଇଁ ୮ ଘଣ୍ଟା ଭିତରେ ଧରିଲା ପୋଲିସ। ଏହା ପୂର୍ବରୁ ଏଇ ଅଭିଯୁକ୍ଟଙ୍କ ନାଁରେ ୪ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।

ଏହି ଅଭିଯୁକ୍ତ ଜଣଙ୍କ ଜଣେ ପେଶାଦାର ଅପରାଧୀ ବୋଲି ଜଣାପଡିଛି। ପୂର୍ବରୁ ଏମିତି ଆଉ କେତେ ଜଣଙ୍କୁ ଏହି ଠକ ଠକିଛି ତାକୁ ନେଇ ପୋଲିସ ଖୋଳତାଡ ଜାରି ରଖିଛି।

Leave A Reply

Your email address will not be published.