କି ସଂକେତ ଦେଲେ ଅରୁଣ?
ଭୁବନେଶ୍ୱର : ସରକାରଙ୍କ ବିରୋଧରେ ଲୋକଙ୍କର ଅନାସ୍ଥା ଭାବ ରହିଛି। ଏ ନେଇ ବିଜେପି ବିଧାୟକଙ୍କୁ ପଚାରିଲେ କିଛି ବିଜେପି ବିଧାୟକଙ୍କ ନିରବତା ଓ ସ୍ମିତ୍ ହାସ୍ୟ ବି ଅନେକ କିଛି କହୁଛି। ଲୋକଙ୍କର ଅନାସ୍ଥା ଭାବ ବଢିଛି। ବାଚସ୍ପତି ଅଗ୍ରାହ୍ୟ କଲେ, କାହିଁକି ସୁଯୋଗ ଦେଲେନି ତାହା ବଡ଼ କଥା। ସରକାରୀ ଦଳ ଯେତେବେଳେ ଇଚ୍ଛା ପ୍ରକାଶ କଲେ ଗୃହ ଚଳାଇଲେ ସେତେବେଳେ ବିଜେଡି ଆଲୋଚନାରେ ଅଂଶ ଗ୍ରହଣ କରିଛି।
ସରକାରୀ ଦଳ ନ ଚାହିଁ ଆରୋପ ଲଗାଇଲେ କିପରି ହେବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ଆମେ ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ଅଛୁ। ଦଳ ଯାହା ନିଷ୍ପତି ନେବ ତାକୁ ମାନିବୁ। ଦଳର ନିଷ୍ପତ୍ତି ଉର୍ଦ୍ଧ୍ବରେ ଥିବାରୁ ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦିଆଯାଏ। ମୁଁ ସବୁବେଳେ ଆଲୋଚନା ସପକ୍ଷରେ । ସରକାରୀ ଦଳର ନମଣୀୟତା ରହୁନି ଦଳ ବିଦ୍ରୋହ କରିବ। ଦଳର ଶୃଙ୍ଖଳା ଭିତରେ ରହି ଆମେ କାମ କରିବୁ।