thelifelinemedia
Latest Odisha News, Breaking News Today

ଭିଜୁଛି ସାରା ଓଡ଼ିଶା, ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ଵର:ପ୍ରବଳ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଲଘୁଚାପ ଫଳରେ ତିନି ଦିନ ପ୍ରବଳ ବର୍ଷା। କୋରାପୁଟ ଓ ମାଲକାନଗିରିକୁ ଆରେଞ୍ଜ ଆଲାର୍ଟ ଥିବା ବେଳେ ବାକି ସବୁ ଜିଲ୍ଳା ପାଈଁ ୟେଲୋ ଆଲର୍ଟ ରହିଛି। ଗୋଟିଏ ପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହି ଦୁର୍ବଳ ହୋଇଛି। ସେପଟେ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଆଡ଼କୁ ଗତି କରିବା ସହିତ ଅଧିକ ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଶୁକ୍ରବାର ଅବପାତର ରୂପ ନେବ। ଫଳରେ ପ୍ରବଳ ବର୍ଷା ହେବ।

ଅନ୍ୟପଟେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୮ ଜିଲ୍ଲା ଯଥା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ନୂଆପଡ଼ା ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆଲୋଚନା କରିଛନ୍ତି ଏସ୍‌ଆର୍‌ସି। ଯେଉଁ ସବୁ ଜିଲ୍ଲା ଗୁଡିକରେ ଅଧିକ ବର୍ଷା ନେଇ ଆଲର୍ଟ ରହିଛି ସେଠି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି।

Leave A Reply

Your email address will not be published.