ପାକ ଖେଳାଳିଙ୍କ ବିରୋଧରେ ଆଇସିସି ଗଲା ବିସିସିଆଇ
ନୂଆଦିଲ୍ଲୀ: ପାକିସ୍ତାନ ଖେଳାଳୀ ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ଅଡ଼ୁଆ ବଢ଼ିପାରେ। ପଡିଆରେ ଉତ୍ତେଜନାକାରୀ ଈଶାରା କରି ଫସି ଯାଇଛନ୍ତି ପାକ ଖେଳାଳୀ। ଏସିଆ କପ ସମୟରେ ଏଇ ଦୁଇ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି BCCI । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଧିକାରିକ ଭାବେ ଅଭିଯୋଗ କରିଛି। ଦୁଇ ଖେଳାଳି ପଡ଼ିଆରେ ଉସୁକାଇବା ଭଳି ଆଚରଣ କରିଥିଲେ ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିସିସିଆଇ।
ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି। ରବିବାର ମ୍ୟାଚରେ ଅର୍ଦ୍ଧଶତକ ପରେ ସାହିବଜାଦା ଗନ୍ଫାୟାର ସେଲିବ୍ରେଶନ କରିଥିଲେ। ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥିଲେ । ଯାହାକୁ ନେଇ କ୍ରୀଡା ଜାଗତରେ ପାକ ଖେଳାଳୀଙ୍କୁ ସମାଲୋଚନା ହେବାକୁ ପଡିଛି।