ଦୁଇ ଓଡ଼ିଆ ନେତାକୁ ବଡ ଦାୟିତ୍ୱ
ନୂଆଦିଲ୍ଲୀ: ଓଡିଶାର ଦୁଇ ନେତାଙ୍କୁ ବଡ଼ ଦାୟିତ୍ଵ ଦେଇଛି ଭରତୀୟ ଜନତା ପାର୍ଟି। ଆଗକୁ ବିଭିନ୍ନ ରାଜ୍ୟର ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ଏହି କ୍ରମରେ ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି ବିଜେପି।
ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ତା ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ବିହାଟ ଦାୟିତ୍ଵ ଦେଇଛି ବିଜେପି। ସେହିପରି ସି.ଆର. ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିହାର ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।
ଅନ୍ୟପଟେ ଓଡିଶାର ଆଉ ଜଣେ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି। ଏନେଇ ରାଷ୍ଟ୍ରୀୟ ମହାସିଚିବ ଅରୁଣ ସିଂହ ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ଓ ବୈଜୟନ୍ତ ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀ ସଫଳତାର ସହିତ ନିର୍ବାହ କରିଛନ୍ତି।