ସୁନା ଦରରେ ଲାଗୁନି ବ୍ରେକ, 5 ବର୍ଷରେ 2ଲକ୍ଷ ଛୁଇଁବ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ସୁନା ଦର । ଯାହାର କାରଣ ହେଉଛି ଭୂରାଜନୈତିକ ଉତ୍ତେଜନା, ଆର୍ଥିକ ଅନିଶ୍ଚିତତା ଏବଂ ଟ୍ରମ୍ପ ପ୍ରଶାସନର ଉଚ୍ଚ ଶୁଳ୍କ । ଏସବୁ କାରଣୁ ଦିନକୁ ଦିନ ସୁନା ଦର ବଢ଼ିବାରେ ଲାଗୁଛି ।
ଯଦି ପାଞ୍ଚ ବର୍ଷ ପୂର୍ବ କଥା କହିବା ତାହାଲେ, ସେପ୍ଟେମ୍ବର ୧୯, ୨୦୨୦ ରେ, MCX ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୫୧ ହଜାର ୬୧୦ ଥିଲା । ଯାହା ବର୍ତ୍ତମାନ ୧ ଲକ୍ଷ ୧୦ ହଜାରରେ ପହଞ୍ଚିଛି । ଯଦି ଗୋଟିଏ ବର୍ଷ ପୂର୍ବ କଥା କହିବା ତାହାଲେ, ସୁନା ଦର ପ୍ରତି ୧୦ ଗ୍ରାମ୍ ପିଛା ୭୧ ହଜାର ୮୭୪ ଟଙ୍କା ଥିଲା । ଏଭଳି ଭାବେ ଗତ ବର୍ଷ ସୁନାର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ଓ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୧୨ ପ୍ରତିଶତ ବୃଦ୍ଧି ପାଇଛି ।