thelifelinemedia
Latest Odisha News, Breaking News Today

ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ସ୍ଥିତ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ବିଦ୍ୟାଳୟକୁ ଆହୁରି ସମୃଦ୍ଧ କରି ଗଢି ତୋଳିବା ନେଇ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି ଏ ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଏବଂ ବିଦ୍ୟାଳୟର ବିକାଶ, ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ନୂଆ ସରକାର ଗୁରୁତ୍ଵ ଦେବ। ଯାହାକି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମାରୋହରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ ଏବଂ ଅନ୍ଯାନ୍ଯ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.