ଆସିବ ନୂଆ କୃଷି ନୀତି:ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ

ଭୁବନେଶ୍ୱର:ଆସିବ ନୂଆ କୃଷି ନୀତି ଯାହା କୃଷକଙ୍କୁ କରିବ ସଶକ୍ତ।ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ ଦିଆଯିବ। ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ dedicated cargo flight ବ୍ୟବହାର ହେବା ଦରକାର । ଯେଉଁଥିପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି । “ଆଡଭାସିଂ ଇନକ୍ଲୁସିଭ ଆଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇ ଦେଲେ ସେମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବୃଦ୍ଧି ପାଇବ ଏହାଦ୍ବାରା ଦାଦନ ସମସ୍ୟା ମଧ୍ୟ ଦୂର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସରକାର ଗାଈ, ଛେଳି, କୁକୁଡ଼ା ଆଦି ଚାଷୀଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ସେମାନଙ୍କୁ ସେଗୁଡିକୁ ବିକ୍ରି କରିଦେଉଛନ୍ତି ତେଣୁ ଚାଷୀଙ୍କୁ ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ସଚେତନ କରିବାକୁ ପଡ଼ିବ । ତେଣୁ କୃଷି ସମ୍ବନ୍ଧିତ ସବୁ ବିଭାଗର ମିଳିତ ଉଦ୍ୟମରେ ନୂଆ କୃଷି ନୀତି ଆଣିବେ ସରକାର । ଯେଉଁଥିପାଇଁ IFPRI, CGARI ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ବିଶେଷଜ୍ଞ ମାନଙ୍କ ମତାମତ ନିଆଯାଇଛି । କର୍ମଶାଳାରେ ବିଭିନ୍ନ ଦେଶ ଏବଂ ଗବେଷଣା ସଂସ୍ଥାରୁ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।