thelifelinemedia
Latest Odisha News, Breaking News Today

ସଂସଦରେ ବାଲେଶ୍ୱର ସାଂସଦଙ୍କ ମୁଣ୍ଡ ଫାଟିବା ଘଟଣା:ବାଲେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ

ବାଲେଶ୍ୱର:ସଂସଦରେ ବାଲେଶ୍ୱର ସାଂସଦଙ୍କ ମୁଣ୍ଡ ଫାଟିବା ଘଟଣାରେ ପ୍ରତିବାଦ କରିଛି ବାଲେଶ୍ୱର ଜିଲ୍ଲା ବିଜେପି।ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ମୁଣ୍ଡ ଫାଟିବା ଘଟଣାକୁ ସ୍ବର ଶାଣିତ କରିଛି ଜିଲ୍ଲା ବିଜେପି।ବାଲେଶ୍ଵର ଲୋକସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରତିବାଦ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରତିବାଦ କରାଯାଇଛି। କଂଗ୍ରେସ ଗଣତନ୍ତ୍ର ପ୍ରତି ଗୁଣ୍ଡାଗର୍ଦ୍ଦି କରିଛି ଜଣେ ବରିଷ୍ଠ ସାଂସଦ ଙ୍କ ପ୍ରତି ରାହୁଲ ଗାନ୍ଧୀ ଅସଦାଚରଣ କରିଛନ୍ତି।

କଂଗ୍ରେସ ଦେଶରେ ଗୁଣ୍ଡା ଗର୍ଦୀ, ଅରାଜକତା କରିବା ରେ ଲାଗିଛି, ତାର ଅସଲ ରୂପ ସାରା ଦେଶକୁ ଆଜି ଜଣାଇଛି ।ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହୋଇ ପାରନ୍ତି କିନ୍ତୁ ଆଇନ ରୁ ଉର୍ଦ୍ଧ୍ବ ରେ ନାହାନ୍ତି । ଜଣେ ବରିଷ୍ଠ ନେତାଙ୍କ ପ୍ରତି ଯେଉଁଭଳି ଆଚରଣ ପ୍ରଦର୍ଶନ ହୋଇଛି ତାର ନ୍ୟାୟିକ ତଦନ୍ତ ହେଉ ବୋଲି ବାଲେଶ୍ଵର ସଦର ବିଧାୟକ କହିଛନ୍ତି।

Leave A Reply

Your email address will not be published.