thelifelinemedia
Latest Odisha News, Breaking News Today

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଏନସିପିର ଦୁଇ ଗୋଷ୍ଠୀ ମିଶିବା ନେଇ ଚର୍ଚ୍ଚା 

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ବଡ଼ପୁଅ ଏବଂ ରାଜ୍ୟସଭା ସାଂସଦ ପାର୍ଥ ପାୱାର ତାଙ୍କ ଜେଜେ ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ୨ ଦିନ ମଧ୍ୟରେ ୨ ଥର ଭେଟିଲେଣି। ରବିବାର ପାର୍ଥ ୨ ଘଣ୍ଟା ଧରି ଶରଦ ପାୱାରଙ୍କ ସହ କଥାବାର୍ତ୍ତା କରିଥିଲେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ୧୯୯୯ରେ ଶରଦ ପାୱାରଙ୍କ ଦ୍ୱାରା ଗଠିତ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଦୁଇ ଗୋଷ୍ଠୀ ପୁଣି ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଲଗାତାର ବୈଠକ, ଶରଦ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲଙ୍କ ସାକ୍ଷାତ୍ ଏବଂ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ‌ ବୈଠକ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ଶିରସାଟ ରବିବାର କହିଛନ୍ତି ଯେ ଏନ୍‌ସିପି ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (ଏସ୍‌ପି) ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପରି ମନେ ହେଉଛି। ଖୁବ୍‌ଶୀଘ୍ର ବିଭିନ୍ନ ନେତାଙ୍କ ଭୂମିକା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ତେବେ ଏହି ଦାବି ଉପରେ ଦୁଇ ଗୋଷ୍ଠୀ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ।

ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ବଡ଼ପୁଅ ଏବଂ ରାଜ୍ୟସଭା ସାଂସଦ ପାର୍ଥ ପାୱାର ତାଙ୍କ ଜେଜେ ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ୨ ଦିନ ମଧ୍ୟରେ ୨ ଥର ଭେଟିଲେଣି। ରବିବାର ପାର୍ଥ ୨ ଘଣ୍ଟା ଧରି ଶରଦ ପାୱାରଙ୍କ ସହ କଥାବାର୍ତ୍ତା କରିଥିଲେ। ଶନିବାର ମଧ୍ୟ ପାର୍ଥ ଏବଂ ଶରଦ ପାୱାରଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟାର ବୈଠକ ହୋଇଥିଲା।

Leave A Reply

Your email address will not be published.