thelifelinemedia
Latest Odisha News, Breaking News Today

ଚମକିଲେ ଜୟସ୍ୱାଲ୍:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚରେ ଜୟସ୍ୱାଲଙ୍କ ବଡ ଉପଲବ୍ଧି 

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ୨୦୨୫-୨୭ ସାଇକଲରେ ସର୍ବାଧିକ ରନ ସଂଗ୍ରହକାରୀ ହେଉଛନ୍ତି ଇଂଲଣ୍ଡର ଜୋ ରୁଟ। ତାଙ୍କ ନାମରେ ୧୨୭୨ ରନ ରହିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ ୧୧ଟି ମ୍ୟାଚ୍‌ରୁ ୧୦୨୪ ରନ ସହ ଶୀର୍ଷରେ ଅଛନ୍ତି

ବ୍ୟୁରୋ:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି। ନ୍ୟୁଜିଲାଣ୍ଡର ପ୍ରଥମ ପାଳି ଶେଷ ହୋଇଥିବା ବେଳେ ହେନରୀ ନିକୋଲସ ଓ ଗ୍ଲେନ ଫିଲିପ୍ସଙ୍କ ଶତକୀୟ ପାଳି ବଳରେ ଦଳ ୩୬୮ ରନ୍‌ର ବଡ଼ ସ୍କୋର କରିଛି। ଏହାର ଜବାବରେ ଭାରତର ବ୍ୟାଟିଂ ଜାରି ରହିଛି। ଭାରତୀୟ ଇନିଂସ ଆରମ୍ଭ ହେବା ସହ ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ଏକ ଉପଲବ୍ଧି ହାସଲ କରିଛନ୍ତି। ସେ ନିଜ ସାଥୀ ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ୨୦୨୫-୨୭ ସାଇକଲରେ ୮୦୦ରୁ ଅଧିକ ରନ ପୂରଣ କରିଛନ୍ତି।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ୨୦୨୫-୨୭ ସାଇକଲରେ ସର୍ବାଧିକ ରନ ସଂଗ୍ରହକାରୀ ହେଉଛନ୍ତି ଇଂଲଣ୍ଡର ଜୋ ରୁଟ। ତାଙ୍କ ନାମରେ ୧୨୭୨ ରନ ରହିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ ୧୧ଟି ମ୍ୟାଚ୍‌ରୁ ୧୦୨୪ ରନ ସହ ଶୀର୍ଷରେ ଅଛନ୍ତି। ଏହି ମ୍ୟାଚ ପୂର୍ବରୁ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ଜୟସ୍ବାଲ ଚତୁର୍ଥ ସ୍ଥାନରେ ଥିଲେ। ତାଙ୍କ ଓ ଜାଡେଜାଙ୍କ ରନ ସଂଖ୍ୟା ସମାନ ଥିଲେ ମଧ୍ୟ ଅଧିକ ବ୍ୟାଟିଂ ହାର ଯୋଗୁ ଜାଡେଜା ଆଗରେ ଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଜୟସ୍ବାଲ ରନ ସଂଗ୍ରହ କରିବା ପରେ ଜାଡେଜାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛନ୍ତି।

Leave A Reply

Your email address will not be published.