ଦୁର୍ବଳ ହେଉଛି ଅକୱାନ; ୩ ଘଣ୍ଟାରେ ଅବପାତ ସମ୍ଭାବନା: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା
ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୭୦ ରୁ ୯୦ କିଲୋମିଟର ରହିଥିଲା।ଗଞ୍ଜାମ ସମେତ ଉପକୂଳ ଅଞ୍ଚଳରେ ବର୍ଷା ଓ ପବନ ଦେଖାଦେଇଛି ଏବଂ ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି
ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅକଭାନ। ଗୋପାଳପୁର ଠାରୁ ଉତ୍ତରରେ ୮୦ କିମି ଦୂରରେ କେନ୍ଦ୍ରୀଭୂତ। ଉତ୍ତରକୁ ମୁହାଁଇ ୩ ଘଣ୍ଟାରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୬ ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଛି। କାଲିଠୁ ବର୍ଷାର ପରିମାଣ କମିବ, ପ୍ରବଳ ବର୍ଷା ହେବନି। ପବନର ବେଗ ରାତି ସୁଦ୍ଧା ୪୦-୫୦ କିମିକୁ କମିବ।
କାଲି ଭଦ୍ରକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ନିଷ୍ପତ୍ତି ହୋଇଛି।ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୭୦ ରୁ ୯୦ କିଲୋମିଟର ରହିଥିଲା।ଗଞ୍ଜାମ ସମେତ ଉପକୂଳ ଅଞ୍ଚଳରେ ବର୍ଷା ଓ ପବନ ଦେଖାଦେଇଛି ଏବଂ ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିପାରେ।