ଧରାପଡ଼ିଲା ସାଳନ୍ଦୀ ଯନ୍ତ୍ରୀଙ୍କ ମିଛୁଆ ରାଧୁଆ କାହାଣୀ, ନିଜକୁ ବଞ୍ଚାଇବାକୁ ଯାଇ ଡାକବଙ୍ଗଳା କେଳେଙ୍କାରୀ ଭିଡିଓକୁ କହିଲେ ମିଛ: ଲାଇଫ ଲାଇନ୍ ମିଡିଆ ଖୋଲିଲା ଡାକବଙ୍ଗଳାର କଳା ଚିଠା, ରାଜ୍ୟ ଜଳସମ୍ପଦ ଵିଭାଗ ମୁଖ୍ୟଯନ୍ତ୍ରୀଙ୍କ କୋର୍ଟରେ ଭଦ୍ରକ ସାଳନ୍ଦୀ ଆଇବି କେଳେଙ୍କାରୀ ବଲ୍
ଭିଡିଓ ମିଛ ନୁହେଁ, ମିଛୁଆ ହେଉଛନ୍ତି ଏହି ଚାଲାକି ଯନ୍ତ୍ରୀ।ଏବେ ଏହି ଘଟଣାର ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ରାଜ୍ୟ ଜଳ ସଂପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଘଟଣା ବାବଦରେ ଅବଗତ କରାଯାଇଛି
ଭୁବନେଶ୍ୱର: ଲଗାତାର କିଛି ଦିନ ହେବ ଭଦ୍ରକ ସାଳନ୍ଦୀ କେନାଲ ଡ଼ିଭିଜନରେ ଚାଲିଥିବା କେଳେଙ୍କାରୀ, ତିନି ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଡାକବଙ୍ଗଳାରେ ଚାଲିଥିବା ଅବୈଧ କାମକୁ ନେଇ ଲାଇଫ ଲାଇନ୍ ମିଡ଼ିଆ ଖବର ପ୍ରସାରଣ କରି ଆସୁଛି। ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ପଚାରି ଆସୁଛି ଲାଇଫ ଲାଇନ୍ ମିଡ଼ିଆ। ହେଲେ କିଛି ବଡ଼ ବାବୁଙ୍କ ଛତ୍ରଛାୟା ତଳେ ରହି ତ୍ରିମୂର୍ତ୍ତି ଜେଇ ରମେଶ, ସ୍ୱାଧୀନ ଓ ହିତେଶ ଏକଚ୍ଛତ୍ରବାଦୀ ଶାସନ ଚଳାଇ ଆସିଛନ୍ତି। ନିକଟରେ ଲାଇଫ ଲାଇନ ମିଡ଼ିଆରେ ସଂପୃକ୍ତ ଡାକ ବଙ୍ଗଳାର ଗୁମର ଖୋଲିଥିଲା। କେଳେଙ୍କାରୀର ଭିଡିଓ ଦେଖାଇଥିଲା। ହେଲେ ଏମାନେ ନିଜକୁ ବଞ୍ଚେଇବାକୁ ଯାଇ ଭିଡ଼ିଓ ମିଛ ବୋଲି କହିଲେ। ହେଲେ ଆମେ ଏଠି କହି ରଖୁ ଭିଡିଓ ମିଛ ନୁହେଁ, ମିଛୁଆ ହେଉଛନ୍ତି ଏହି ଚାଲାକି ଯନ୍ତ୍ରୀ।ଏବେ ଏହି ଘଟଣାର ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ରାଜ୍ୟ ଜଳ ସଂପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଘଟଣା ବାବଦରେ ଅବଗତ କରାଯାଇଛି। ଲୋକଙ୍କ ପ୍ରଶ୍ନର ଜବାବ ମାଗୁଛି ଜଳ ସମ୍ପଦ ବିଭାଗ ଆଗରେ କେତୋଟି ପ୍ରଶ୍ନ ରଖିଛି ଲାଇଫ ଲାଇନ୍ ମିଡିଆ
କେମିତି କହୁଛନ୍ତି ଭିଡ଼ିଓ ମିଛ
ଦେବେ କି ପ୍ରଶ୍ନର ଉତ୍ତର
୧—ଡାକବଙ୍ଗଳାରେ କାହିଁକି ନାହାନ୍ତି ସୁରକ୍ଷା କର୍ମୀ। ମୁକୁଳା ପଡ଼ିଛି ଲୋକଙ୍କ ସମ୍ପତ୍ତି। ଏମିତି ସ୍ଥିତିରେ ଡାକବଙ୍ଗଳାରେ ଯାହା ଘଟିବ ତାର ଉତ୍ତର ଦାୟୀ କିଏ ?
୨–ଡାକବଙ୍ଗଳାରେ ନାହିଁ ପାଚେରୀ।
୩– ଡ଼ାକବଙ୍ଗଳାରେ ସିସି କ୍ୟାମେରା ନାହିଁ। ତେଣୁ ସେଠି ଯାହା ଘଟୁଛି
ତାହା କେମିତି ଯାଞ୍ଚ ହେବ।
୪–ଡ଼ାକବଙ୍ଗଳାକୁ ଆସୁଥିବା ଭିଆଇପିଙ୍କ ପ୍ରବେଶ ଉପଯୁକ୍ତ ଭାବରେ କରାଯାଉନି। ପରିଚୟ ପତ୍ର ଯାଞ୍ଚ ହେଉନି। କିଏ ଆସିଲା ଗଲା ତାର ରେକର୍ଡ଼ ରହୁନି।
ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ସ୍ୱର ସାଜି ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ପାଖରେ ଦାବି ରଖୁଛି ଲାଇଫ ଲାଇନ ମିଡିଆ।