thelifelinemedia
Latest Odisha News, Breaking News Today

ଡେବ୍ରିଗଡ଼ ଅଭୟାରଣ୍ୟରେ ଶିକାର କଲା ମହାବଳ ବାଘ

ବନ ବିଭାଗର RBT କ୍ୟାମେରା ଟ୍ରାପରେ ବାଘର ଫଟୋ କଏଦ ହୋଇଛି। ଜଙ୍ଗଲ ସଫାରି ସମୟରେ ପ୍ରାୟ ୪୦ ଜଣ ପର୍ଯ୍ୟଟକ ମଧ୍ୟ ବାଘକୁ ଦେଖିବାକୁ ପାଇଛନ୍ତି।ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ଶିକାର କଲା ମହାବଳ ବାଘ।ଟୁରିଜିମ୍ ଜୋନ୍‌ରେ ସମ୍ବର ଶିକାର କଲା ପୁରୁଷ ରୟାଲ ବେଙ୍ଗଲ୍ ଟାଇଗର୍। ବାଘର ଶିକାରକୁ ନିଶ୍ଚିତ କଲା ବନ ବିଭାଗ, ସୁରକ୍ଷା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ମହାବଳକୁ ଦେଖିଲେ ୪ଟି ସଫାରୀ ଗାଡ଼ିରେ ଥିବା ପ୍ରାୟ ୪୦ ପର୍ଯ୍ୟଟକ ।ସମ୍ବଲପୁର ଓ ବରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ଦେବ୍ରୀଗଡ଼ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘ (Royal Bengal Tiger) ଠାବ ହୋଇଛି। ନଭେମ୍ବର ୨୦୨୬ରେ ବନ ବିଭାଗର ଟ୍ରାପ୍ କ୍ୟାମେରାରେ ବାଘର ଗତିବିଧି କଏଦ ହେବା ସହ ସଫାରି ସମୟରେ ପର୍ଯ୍ୟଟକମାନେ ମଧ୍ୟ ବାଘର ଝଲକ ଦେଖିଛନ୍ତି।

ବନ ବିଭାଗର RBT କ୍ୟାମେରା ଟ୍ରାପରେ ବାଘର ଫଟୋ କଏଦ ହୋଇଛି। ଜଙ୍ଗଲ ସଫାରି ସମୟରେ ପ୍ରାୟ ୪୦ ଜଣ ପର୍ଯ୍ୟଟକ ମଧ୍ୟ ବାଘକୁ ଦେଖିବାକୁ ପାଇଛନ୍ତି।ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି। ଏହା ସହିତ ୨୭ଟି ସ୍ୱତନ୍ତ୍ର ବନ ବିଭାଗ ଟିମ୍ ଏବଂ ତିନି ସ୍ତରୀୟ ରାତ୍ରି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ବାଘର ଉପସ୍ଥିତି ଯୋଗୁଁ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ଏବଂ ବନ ବିଭାଗର ନିୟମାବଳୀ ମାନିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.